**** ବୃକ୍ଷ ମୋର ବନ୍ଧୁ ****
ସତରେ,
ବନ୍ଧୁ ଠାରୁ ବଡ଼, ଜୀବନ ନିଜର
ରଖଇ ଯେ ମହୀ ତଳ
ସେହି ସେ ମହାନ,ବୃକ୍ଷ ଦେବତା,
ଜଗତେ ସଂଞ୍ଚରେ ବଳ ।
ସ୍ୱାର୍ଥ ତ୍ୟାଗ ନ୍ୟସୀ, ସଂସାର ମୂଲକେ
ପର ହିତେ ପ୍ରାଣ ତ୍ୟାଗେ
ସବୁଜ ସୁନ୍ଦର ସଂସାର ର ଶୋଭଇ
ଯାର ମୃଦୁ ସ୍ପର୍ଶ ଲଭେ ।
ଯେରଖେ ଜୀବନ ,ଶରୀରରେ ପ୍ରାଣ
ସର୍ବସ୍ବ କରିଣ ଦାନ
ତାର କି ଉର୍ଣ୍ଣତି, କରେ ଏ ମାନବ
ଦିଇ ନିତି ନିର୍ଜ୍ଜାତନ ।
ସୁଖ ସଂମ୍ଭୋଗରେ, ଭରେ ଆମ ମନ
ଶାନ୍ତିରେ ରହିବା ପାଇଁ
ଖାଦ୍ୟ ବସବାସ, ବସ୍ତ୍ର ଯୋଗାଇ
ତା ଲାଗି ଯେ ସୁସ୍ଥ ହୋଇ ।
ନୀଳ ନୀଳମାରୁ ,ଝରି ଆସେ ଜଳ
ଯାର ଅବଦାନ ପାଇଁ
ସେହି ସେ ଦେବତା,ମାନବର ଭର୍ତ୍ତା
ଜୀବ ଜଗତର ସାଇଁ ।
ଭୂଗର୍ଭର ଜଳ, ଟାଣେ ସେ ଉପର
ଜଳ ସ୍ତର ଲଭେ ପ୍ରାଣୀ
ତା ବିନୁ ଜଗତେ ,ହାହାକାର ପଡେ
ଏ ତ ବିଜ୍ଞାନର ବାଣୀ ।
ମୋ ଦେଶ ଦେବତା ,ଜଗତର ପିତା
ଅଟେ ପରା ଦାରୁ ଦିଅଁ
ବେଲ ବରୁଣ ନିମ୍ବ ତୁଳସୀ
କାହାକୁ ଛାଡିଛ କୁହ ।
ସଭିଙ୍କୁ ପୁଜୁଛେ, ଆଶିଷ ଲଭିଛେ
ଅନ୍ତରର ବାଢି କୋହ
ଆଜି ଏ ମାନବ ,ଛାରଖାର କରେ
ଜଙ୍ଗଲ ଝରାଏ ଲୁହ ।
ଏ ଜୀବନ୍ତ ଦେବତା, ଆମ ଏ ଜୀବନ
ରଖିଅଛି ଜୀବ ଦେଇ
ତାର ପଦ ତଳେ ,କୋଟି ପ୍ରଣୀପାତ
ଋଣ ସୁଝି ନ ପାରିଇ ।
ରେଣୁକା ସାମଲ
ପଞ୍ଚାୟତ ସମିତି କଲେଜ
ରାଇଘର, ନବରଙ୍ଗପୁର ।
No comments:
Post a Comment