ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଦେଶଭକ୍ତି - ଦେବଦତ୍ତ ପ୍ରଧାନ , ପୁରୀ


       "ଦେଶଭକ୍ତି"

     ଆମେ ଲଢୁଆରେ ଆମେ ଲଢୁଆରେ ଆମେ ଲଢୁଆ
ଏଇ ଆମ ଦେଶ ଇତିହାସ ଯଶ
        ବୀର ବାଦ୍ୟ କଡେ ବଢିଆ(୦)
ଭାରତ ମାତାର କେତେ ସ ଇନ
    ଦେଶ ଲାଗି ଦେଇଥିଲେ ଜୀବନ
ବନ୍ଧୁକ କମାଣ ତୋପ ଫୁଟିଲା
     ବାଜିରାଉତଟି ଟଳିପଡିଲା
ବକ୍ସିଜଗବନ୍ଧୁ ଖୋରଧାଗଡେ
    ପାଇକବିଦ୍ରୋହ କରିଲେ ଦୃଢେ
କର୍ପୂରଯାଇଛି କନାପଡିଅଛି
     ଲାଲଗଡ ମାଟି ପଡିଆରେ ,୧
ଶାବରମତୀର ଦାଣ୍ଡିଯାତରା
   ଲବଣ ଆଇନୀଭାଙ୍ଗିଲା ପରା
ଆଇନ ଅମାନ୍ୟ ହୋଇଲା ଶେଷ
      ଗୋରା ପଲଟନ ଛାଡିଲେଦେଶ
ଲକ୍ଷ୍ମଣନାୟକ ସହିଦ ହେଲା
    କର ଅବା ମର ସୁବାଷ କଲା
ବାଡି ଠୁକଠୁକ କାନ ନଡକାତ
ମୋହନ ବାଙ୍କୁଲି ବଢିଆରେ  ,୨
କାର୍ଗିଲ ସୀମାରେ ରକ୍ତ ବୋହିଲା
   ତୋପକମାଣରେ ବକ୍ଷ ଭେଦିଲା
ଓଡିଶାରାଜ୍ୟରୁ ଏଗାର ଗଲେ
    ଓଡିଆ ଜାତିର ଟେକ ରଖିଲେ
ମାନସ ନିବାସ ରାଜକିଶୋର
   ଗୋପୀ ଗଙ୍ଗାରାମ ରାଜେନ୍ଦ୍ରବୀର
ନୱଜସରିଫ୍ ଦଣ୍ଡପାଇଲା
     ପାକିସ୍ତାନ ଦେଶ ବ୍ୟଥାପାଇଲା
ଟୋକେଇ କୁଣ୍ଢେଇ ବାପଘର ଗଲା
   ଛାଞ୍ଚୁଣୀ ଜଗିଛି ପଡିଆରେ,। ୩
ଚାଇନାକୁ ଏବେ ମାଇନା କର
   ମୂଳପୋଛ କର ସୈତାନର
ଭାରତମାତାର ବୀରଯବାନ
  ଜୟଶ୍ରୀ ଯବାନ ଜୟ କିଷାନ
କାହା ନାଲିଆଖି ପାରିବୁନି ଦେଖି
   ଭୀଷ୍ମପ୍ରତିକାର ଭେଣ୍ଡିଆରେ।।   ୪
ଯବାନ ଆମେରେ ଜୀବନ ବାଜି
   ଲଗାଇ ଦେବୁଟି ବୀଜୟୀସାଜି
ରକ୍ତସଙ୍ଗ୍ରାମର ତ୍ରୀରଙ୍ଗା ଝଣ୍ଡା
    ଉଡି ଉଡାଇବୁ ଭାଙ୍ଗି ତାଗୁଣ୍ଡା
ଭାରତମାତାର ମଥା ଉଚ୍ଚାନ
ଏଇ ଆମ ପତି ବୀର ସନ୍ତାନ
ଚଣ୍ଡାଶୋକ ଯେଣୁ ଧର୍ମାଶୋକ ହେଲା
  ଏଇ ଉତ୍କଳର କୁଡିଆରେ।।   ୫
                -*-
    ଜୟ ଶ୍ରୀଜଗନ୍ନାଥ

ନାମ-ଦେବଦତ୍ତ ପ୍ରଧାନ,ଗ୍ରାମ-ରଘୁରାଜପୁର,ପୋଷ୍ଟ-ଚନ୍ଦନପୁର,ପୁରୀ,ଓଡିଶା । ମୋ-9938636440


No comments: