ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ମହମ୍ମଦ ହନିଫ୍ ସାହା , ଭଦ୍ରକ

      :: ବୃକ୍ଷ ମୋର ବନ୍ଧୁ ::

ସେ ସବୁଜ ବନ୍ଧୁ ମୋର ବୃକ୍ଷ
କାହିଁକି କେଜାଣି
ଆପେ ଆପେ ବନ୍ଧୁତ୍ୱର
ହାତ  ଲମ୍ବି ଯାଇ ଥିଲା ତା' ପାଖକୁ ,
ଥରେ କେବଳ ଗାତ ଖୋଳି
ପୋତି ଦେଇ ଥିଲି ମୁଁ  ।।🌺

ବାସ୍ ତା'ପରେ
ସେ ଦେଇ ଚାଲିଛି ଅନେକ
କେବେ ବି ମାଗି ନି
ଆଉ ମିଗିବ ନାହିଁ ମଧ୍ୟ ।।🌺

ଆକାଶ କୁ ଉପର  ମୁହାଁ ହେଇ
ଖରା ,
କାକର,
ଶୀତ କୁ ସହି
ଦେଇଛି ଅମ୍ଳଜାନ,  
ସୁଲୁ ସୁଲିଆ ବାଆ ସହ
ଆରମ ଛାଈ
ଫୁଲ, ଫଳ, ମୂଳ
ସବୁକୁ ଖାଦ୍ୟ
       ଓ
ଔଷଧ ରୂପରେ ।।🌺

କିନ୍ତୁ କାଲି ଯିଏ
ଥକ୍କା ମେଣ୍ଟାଇବା ପାଇଁ
ତା ଛାଈ କୋଳରେ
ଲୋଟି ଖୁସି ହୋଇ ଥିଲା
ଆଜି ତାକୁ କାଟି
ଟିକ୍ ଟିକ୍ କରି ଖୁସି ହେଉଛି।। 🌺

ଆସନ୍ତୁ ପଣ କରିବା ରେ
ନିଜ ଜମିରେ
ନିଜ ହାତରେ
ରୋଇ ଦେବା କିଛି ଚାରା ରେ
ଫେରି ଆସିବରେ
ଏଇ ଧରାରେ
ଅସରନ୍ତି  ସବୁଜିମା ରେ ....!! 💞💞
🔹🔹🔹🔹🔹🔹🔹🔹🔹🔹🔹
ନାମ: ମହମ୍ମଦ ହନିଫ୍ ସାହା ✍️
ନୂଆଗାଁ ,ଧାମନଗର ,ଭଦ୍ରକ ।
ମୋ:9776090824, 8093406796

No comments: