[ ଦେଶ ପ୍ରେମୀ ] --
ଜନନୀ ଜନମ ଭୂମି
କୋଳରେ ତୋର ଜନମି
ଧନ୍ୟ ମନେକରେ ସୁର-
ବୀର ପ୍ରଣାମୀ ......... ସେ ଦେଶ ପ୍ରେମୀ ।
ଯୁଦ୍ଧକ୍ଷେତ୍ରେ ଲମ୍ପ ଦେଇ
ଶତୃ ବକ୍ଷ ରକ୍ତ ପିଇ
ବିଜୟ ନିଶାରେ ମତ୍ତ
ନୂହେଁ କେବେ ଭୟଭୀତ
..... ସେ ଦେଶ ପ୍ରେମୀ....।।
ଜାତୀୟ ସଂଙ୍ଗୀତ ଗାଏ
ତ୍ରୀରଙ୍ଗାକୁ ଲହରାଏ
ପ୍ରଫୁଲ୍ଲିତ ସ୍ଫୀତ ବକ୍ଷ
ବିଜୟ ଯାହାର ଲକ୍ଷ
ସେ ଦେଶ ପ୍ରେମୀ.... ।।
ଜୟ ଯବାନର ଜୟ...i
ଜୟ କିଷାନର ଜୟ... ii
ବାର୍ତ୍ତା ଶାନ୍ତି କପୋତର
ମୂଳମନ୍ତ୍ର ,ଭାରତର... ପାଦେ ନମାମୀ
ସେ ଦେଶ ପ୍ରେମୀ ।।
ଲେଖକ କବି ଭାବୁକ
ସମସ୍ତଙ୍କ ଲକ୍ଷ ଏକ
ଅଖଣ୍ଡ ଭାରତ ଐକ୍ୟ
କ୍ରାନ୍ତି ସୁନାମୀ ....ସେ ଦେଶ ପ୍ରେମୀ ।
ଦେଶ ପ୍ରେମୀ ପଦରଜ
ମଥାରେ ବୋଳି ମୁଁ ଆଜ
ଭାରତ ଯୋଗ୍ୟ ସନ୍ତାନ
ପାଦେ ସଲାମୀ....ସେ ଦେଶ ପ୍ରେମୀ ।।*************************************
ଜୟ୍ ଯବାନ୍ । ଜୟ୍ କିଷାନ୍ । ଜୟ୍ ବିଜ୍ଞାନ ।*************************************
ଶ୍ରୀ ସୁରଥ [ ସ୍ବାଧୀନ୍] ଚନ୍ଦ୍ର ଜେନା ।
ନବରଙ୍ଗପୁର ! ୯୩୩ ୭୫୫ ୩୨ ୭୪ !
*************************************
ଦେଶପ୍ରେମୀ - ଶ୍ରୀ ସୁରଥ [ ସ୍ବାଧୀନ୍] ଚନ୍ଦ୍ର ଜେନା, ନବରଙ୍ଗପୁର
![ଦେଶପ୍ରେମୀ - ଶ୍ରୀ ସୁରଥ [ ସ୍ବାଧୀନ୍] ଚନ୍ଦ୍ର ଜେନା, ନବରଙ୍ଗପୁର ଦେଶପ୍ରେମୀ - ଶ୍ରୀ ସୁରଥ [ ସ୍ବାଧୀନ୍] ଚନ୍ଦ୍ର ଜେନା, ନବରଙ୍ଗପୁର](https://blogger.googleusercontent.com/img/b/R29vZ2xl/AVvXsEgRwTF7PhnYss3kdNDxOZJ-dgaClsizglH6hAsq6NUoBYdWbdq9-MDkv2zffe4Q5SSeXhdlKnMo7LPDVUDc_gVvQSDpjshZyeAvkrN5TSDkTQMy7LnphAh7pFg9IICddCIep8Br5m_hmBw/s72-c/1593066535090269-0.png)
Reviewed by ପବିତ୍ର ବେହେରା
Published:
Rating : 4.5
Published:
Rating : 4.5
No comments:
Post a Comment