" ବୃକ୍ଷ ମୋର ବନ୍ଧୁ "
ବନ୍ଧୁ......
ତୁମ ବିନା ମଣିଷ ଜୀଇଁକି ପାରିବ
ଏ ଜୀବନ ସିନ୍ଧୁ....?
ତୁମ ବନ୍ଧୁତ୍ୱର ଶ୍ରେଷ୍ଠ ଦାନ
ମଣିଷର ପ୍ରତି ଶ୍ଵାସ ବିନ୍ଦୁ I
ସଭ୍ୟତାର ଆରମ୍ଭରୁ ତୁମେଅଛ
ଖାଦ୍ୟ, ବସ୍ତ୍ର, ବାସଗୃହ ଦେଇ ପାଳିଛ,
ପ୍ରତିଦାନେ ନା କିଛି ମାଗିଛ
ସଦା ତୁମ ମହାନତା ଦେଖେଇଛ I
ବନ୍ଧୁ....
ତୁମେ ଖାଦ୍ୟ ସଂଶ୍ଳେଷଣ କରି
ମଣିଷ ପାଇଁ ଫଳ ମୂଳ ସାଇତିଛ,
ତୁମ ଅଙ୍ଗରୁ ଖଣ୍ଡ ଖଣ୍ଡ ନେଇଯିବା ପରେ
ତୁମେ ଯନ୍ତ୍ରଣା ସବୁ ସହିଛ I
ବୃକ୍ଷ ଯେ ମଣିଷର ଉପକାରୀ ବନ୍ଧୁଟିଏ
ଏ କଥା ତାକୁ ଶିଖେଇଛ,
ବନ୍ଧୁତା ନୁହେଁ କେବଳ ପାଇବା
ଅମ୍ଳଜାନ ଦେଇ ପ୍ରମାଣ ଦେଇଛ I
ବନ୍ଧୁ.....
ତୁମ ସବୁଜ ବନାନୀ ରୂପରେ
ପ୍ରକୃତି,ସଭିଙ୍କୁ କରେ ବିଭୋର,
ଖାଲି ମଣିଷ କାହିଁ, ପଶୁପକ୍ଷୀଙ୍କୁ
ମଧ୍ୟ ନିଜ ଅଙ୍କେ ଆଶ୍ରିଛ.... I
ତୁମେ ବନ୍ଧୁତାର ଶ୍ରେଷ୍ଠ ନିଦର୍ଶନ
ତୁମପାଇଁ ଭାରସାମ୍ୟ ରହେ ଅବନୀର,
ତୁମ ବନ୍ଧୁତାର ନାହିଁ ପଟ୍ଟାନ୍ତର
'ବୃକ୍ଷ ' ତୁମେ ବନ୍ଧୁ ମୋର I
-----------**----****-----**------------
ପ୍ରୀତିସୀମା ସ୍ୱାଇଁ , ଆନନ୍ଦପୁର, କେନ୍ଦୁଝର I
No comments:
Post a Comment