ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ସୌମ୍ୟାଶ୍ରୀ ନାୟକ , ନବରଙ୍ଗପୁର

             ||କୃଷକ||
ଶ୍ୟାମଳ ପଲ୍ଲୀଭୁଇଁର ସୁରମ୍ୟ ପରିବେଶ,
ଦେଶପ୍ରାଣର ଚାବି ଜନୈକ କୃଷକ,
ସହ୍ୟକରି ପ୍ରଚଣ୍ଡ ରୌଦ୍ରତାପର କରନ୍ତି ସେ ଚାଷ,
ଦିଗବଳୟ ସବୁଜିମାରେ ହୁଏ ଦୁଃଖର ନାଶ |

ଶୁଷ୍କ ପ୍ରାନ୍ତର ଶ୍ୟାମଳ ହୁଏ ବିମଣ୍ଡିତ,
ପଲ୍ଲୀର ସୌନ୍ଦର୍ଯ୍ୟ ଦିଗନ୍ତ ହୁଏ ବିସ୍ତାରିତ,
ଆତ୍ମବିଭୋର କୃଷକ ମାଟିର ସନ୍ତାନ,
କ୍ଷୁଧା ନିବାରଣ କରି ବିଶ୍ଵର ବଞ୍ଚାନ୍ତି ଜୀବନ |

ଜୀବନ ସଂଗ୍ରାମରେ କୃଷକ ସଫଳ ସୈନିକ,
ଆହାର ପ୍ରଦାନ କରି ସାଜିଛି ଜନକ,
ନିଷ୍ପ୍ରାଣ ବନାନୀରେ କରେ ପ୍ରାଣ ସଞ୍ଚାର,
ଭୂକ୍ଷେପ କରି ବାରିଧାରାକୁ ହୁଏ କର୍ମତତ୍ପର |

ବଦୁରର ବିକଟ ଚିତ୍କାରେ ଆଜି କୃଷକ ଶୋଷିତ,
ଦୁଃଖର ଘନକୃଷ୍ଣ ବାଦଲରେ ଜୀବନ ଆଚ୍ଛାଦିତ,
ଦାରିଦ୍ର୍ୟତା ସାଜିଛି ଆଜି ଓଳିପାଣି ଗଡି,
ମାଟିର ସନ୍ତାନର ଆନନ୍ଦ ଆସିବ କେବେ ବାହୁଡି |

ବିକଟ କ୍ରନ୍ଦନ ଧ୍ବନିରେ ପଲ୍ଲୀ ପ୍ରକମ୍ପିତ,
କର୍ଦ୍ଦମାକ୍ତ ପଥରେ ଅନ୍ଧାର କୃଷକର ଭବିଷ୍ୟତ,
ଚାଷୀର ଚାଷ ଆଜି ଋଣରେ ସନ୍ତରଣ,
ଶତଗୁଣରେ ବର୍ଦ୍ଧିତ ଚାଷୀ ମୃତ୍ୟୁବରଣ |

ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ କିରଣରେ,
"କୃଷି ପଣ୍ଡିତ" ବଞ୍ଚୁଛି ବହୁ ଅସୁବିଧାରେ,
ସାରବିହନ ପାଇଁ ଆଜି ଚାଷୀ ପ୍ରୀତିପଦ,
ଦୁଃଖର ଦୁର୍ବାଦଳରେ ରହିଛି ଚାଷୀର ଦରଦ |

ସ୍ଵାର୍ଥାନ୍ଵେଷୀ ଗୋଷ୍ଠୀ ଶୋଷଣ କରୁଛି,
ଶିଶିରପାତର ଚେକା ମଳିନ ଦିଶୁଛି,
ତାଲିମ ବିନା କୃଷି ପଛେଇ ଯାଉଛି,
ଖାଦ୍ଯାଭାବ ସମସ୍ଯା ଆଜି ବଢି ଚାଲିଛି |

"ସବୁଜ ବିପ୍ଳବ" ଆଜି ମଳିନ ଶଶୀ ସାଜିଛି,
ଜନ୍ମଭୂମି ପଲ୍ଲୀ ବୁକୁରେ ଚାଷୀ ଦୁଃଖରେ ରହିଛି,
ସଂପ୍ରସାରିତ ହୋଇପାରୁନି ଅନ୍ନପୂର୍ଣାଙ୍କ ଭଣ୍ଡାର,
ଉଜୁଡି ଗଲାଣି ଆଜି ଚାଷୀଙ୍କ ସଂସାର |

ଚିନ୍ତିତ ରହିଛି ଆଜି ମର୍କତମଣିଖଚିତ ଚାଷୀ,
ଅଭ୍ରଖଣ୍ଡ ଦୁଃଖର ପର୍ବତ ପଡିଛିକି ଖସି,
ଭାରାକ୍ରାନ୍ତ ଆଜି ଅସହାୟ ଅଭିମାନୀ ମନ,
ବିପଦ ସଙ୍କୁଳରେ ରହିଛି କୃଷକ ଜୀବନ |

କର ଯୋଡି ସଭିଙ୍କୁ କରୁଛି ନିବେଦନ,
ପ୍ରଜ୍ଵଳିତ କରାଇବା ଆମେ ଚାଷୀଙ୍କ ଜୀବନ,
ଅର୍ଥନୈତିକ ପ୍ରଗତିକୁ ସୁଦୃଢ କରିବା,
ଚାଷୀଭାଇଙ୍କ ଦୁଃଖ ହରଣ କରିବା |


ସୌମ୍ୟାଶ୍ରୀ ନାୟକ
ଗ୍ରାମ :- ପାପଡାହାଣ୍ଡି
ଜିଲ୍ଲା :- ନବରଙ୍ଗପୁର

No comments: