କୃଷକ
ବୈଶାଖ ର ଝାଞ୍ଜିରେ
ଶୁଷ୍କ କ୍ଷେତ କୁ ଦେଖି
ରହିଥାଏ ସେ ଚାହିଁ
ବର୍ଷା ର ପ୍ରତୀକ୍ଷା ରେ....
ଦିନରାତି ପରିଶ୍ରମ କରିଚାଲେ ସେ,
ଫଳ ସାରା ଦୁନିଆକୁ ବାଣ୍ଟୁ ଥାଏ
କିନ୍ତୁ,ନିଜେ ଉପାଶେ ଅଧାଜୀବନ
ମାଟି କୁଡ଼ିଆରେ କାଟିଦିଏ
ତାର ସାରା ଜୀବନ....
ମୌସୁମୀ ଯେବେ ଆସିଯାଏ
ସାଥେ ନେଇ ଅସରନ୍ତି ବର୍ଷା....
ଶ୍ରାବଣ ର ଆଗମନେ
ଭିଜି ଯାଏ ଯେବେ ଶୁଷ୍କ ଧରଣୀ....
ତାର ଆନନ୍ଦର ନଥାଏ ସୀମା
ରକ୍ତ ର ଝାଳ ବୁହାଇ
ସୃଷ୍ଟି କରେ ସେ ସବୁଜିମା....
ଅସରନ୍ତି ବର୍ଷା ବିଜୁଳି କୁ ଖାତିରି ନକରି
ଘରୁ ବାହାରି ବିଲକୁ ଯାଏ....
ମୁଣ୍ଡରେ ଗାମୁଛା ଟେ ବାନ୍ଧି ଦେଇ
ପ୍ରସ୍ତୁତି ଆରମ୍ଭ କରେ
ଲଙ୍ଗଳ ମୁନ ରେ ଜମିରେ ଗାର ଟାଣି.....
ଧରଣୀ ରେ ଫଳାଏ ସୁନାର ଫସଲ
ପରିବାର ପାଇଁ ଦେଶ ପାଇଁ
ବର୍ଷକ ର ଖାଦ୍ୟ ପୃସ୍ତୁତି ଲକ୍ଷ୍ୟ ରେ....
ମେଣ୍ଟାଇବା ପାଇଁ ଭୋକିଲା ର ଭୋକ
ଦୁଃଖ କଷ୍ଟ କୁ ଆପଣାର କରି
ମାଟି ସହ ମାଟି ହୋଇ
କାଟି ଦିଏ ତାର ସାରା ଜୀବନ......
ମମତା ରାଣୀ ଦାଶ
ଭଦ୍ରକ
No comments:
Post a Comment