କୃଷକ
--------------
ନିଜ ଜୀବନର ପ୍ରତିଟି ରକ୍ତବିନ୍ଦୁଦେଇ
ମୁଣ୍ଡର ଝାଳ ତୁଣ୍ଡରେ ମାରି
ମାଟିମା'କୁ ଆପଣାଇ
ସର୍ବଦା ଖେତରେ ଯିଏ
କର୍ମତତ୍ପର ଥାଏ
ସେହିତ ମାଟିର ମଣିଷ କୃଷକ ।
ନାଁ
କେବଳ ମାଟିରମଣିଷ କହିଲେ
ଠିକ୍ ହେବ ନାହିଁ ।
ସେତ ଆମ ଅନ୍ନଦାତା ।
ବୈଶାଖର ଧୂ ଧୂ ଖରାରେ
ଶ୍ରାବଣର ମୂଷଳ ଧାରାରେ
ଆଉ ମାଘମାସର ବାଘପରି ଶୀତରେ
ଯେ ନିଜ ସ୍ବାସ୍ଥ୍ୟକଥା ଚିନ୍ତା ନକରି
କୃଷିକାର୍ଯ୍ୟରେ ବ୍ଯସ୍ତ ଥାଏ
ସେହିତ ମାଟିର ପୁଅ କୃଷକ
ନାଁ
କେବଳ ମାଟିର ପୁଅ କହିବା
ଠିକ୍ ହେବ ନାହିଁ
ସେତ ଆମ ଜାତିର ମେରୁଦଣ୍ଡ
ନିଜର ରାହୁଗ୍ରସ୍ତ ପରିବାରରେ
ସୁଖର ସୂର୍ଯ୍ୟ ଉଇଁବାର ସ୍ବପ୍ନରେ
ନିଜପିଲାଙ୍କୁଉଚ୍ଚଶିକ୍ଷା ଦେବାଚିନ୍ତାରେ
ଆମକୁ ସୁଖ ଦେଇ
ପାଳଭୂତକୁ ଅନାଇ ଅନାଇ
ଯିଏ ନିଜେ ପାଳଭୂତ ପାଲଟିଯାଏ
ସେହିତ କୃଷକ ।
----------------
ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀ ସା /ପୋ-କୋଷ୍ଠା, ଜିଲ୍ଲା -ମୟୂରଭଞ୍ଜ, ପିନ୍ -757084,ଫୋନ୍ ନମ୍ବର -9438470027
କୃଷକ - ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀ , ମୟୂରଭଞ୍ଜ

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment