((((((କୃଷକ))))))
ନା ମୁଁ ଡ଼ାକ୍ତର
ନା ମୁଁ ଶିକ୍ଷକ,
ମୋର ପରିଚୟ
ଅଟଇ କୃଷକ।
ଚାଷ କାମ କରିବା
ଅଟେ ମୋର କର୍ମ,
ସଭିଙ୍କୁ ଆହାର ଯୋଗାଇବା
ଅଟେ ମୋର ଧର୍ମ ।
ଚାଷ କରି ମାଟିରେ
ଫସଲ ଫଳାଏ,
ଭୋକିଲା ମୁହଁରେ
ଆହାର ଯୋଗାଏ।
ଖରା, ବରଷାକୁ
ଖାତିର ନ ଥାଏ,
ହଳ ଧରି ମୁହିଁ
ବିଲକୁ ଯାଏ।
କ୍ଷେତ କରି ଫସଲ
ସିନା ଦେଶକୁ ଯୋଗାଏ,
ପଖାଳ କଂସାରେ
ମୋ ଦିନ କଟିଯାଏ ।
ଶୀତ, କାକର ରେ
ମୁଁ ଖଟୁ ଥାଏ,
ଝଡ଼ ବରଷା ରେ
ମୁଁ ଭିଜୁଥାଏ।
ଜାତିର ମେରୁଦଣ୍ଡ
ମୁଁ ସିନା ଅଟଇ,
ଦୁଃଖ, କଷ୍ଟରେ
ମୋ ଦିନ କଟଇ ।
ମାଟିରେ ମାଟି ହୋଇ
ମୁଁ ଖଟୁଥାଏ ,
ଦେହରୁ ଝାଳ ବୁହାଇ
ସୁନାର ଫସଲ କରୁଥାଏ।
ସବୁ ଜିନିଷର ଦର
ସିନା ବଢ଼ି ଯେ ଗଲା,
କୃଷକର ଦୁଃଖ
କିଏ ବା ବୁଝିଲା।
ସପିଙ୍ଗ ମହଲରୁ ବାବୁ
ଯେବେ ପରିବା କିଣଇ,
ଯେତେ ଥାଏ ଦର
ସେତିକି ଦିଏ ସେ ବଢ଼େଇ।
ମୋ କ୍ଷେତରୁ ଯେବେ
ପରିବା ସେ ନିଅଇ,
ଦରଦାମ କାଟ କସର
ସେ କରୁଥାଇ ।
କେମିତି ବୁଝେଇବି
ମୋ ଦୁଃଖ କଥା,
କିଏ ବୁଝିବ ଯେ
ମୋ ମନର ଵ୍ୟଥା।
ବରଷାକୁ ଜଗି
ଫସଲ ଫଳାଏ,
ଋଣ,ବାକି କରି
ଚାଷ କରୁଥାଏ।
ଋଣ ଭାର ବୋଝ
ସହି ନ ପାରି
ମୋ ପରି କେତେ କୃଷକ
ଦିଅନ୍ତି ଜୀବନ ହାରି।
ଦେଶର ଆହାର ପାଇଁ ସିନା
ଜୀବନକୁ ଦିଏ ବାଜି ଲଗେଇ,
ତଥାପି ଆହା ପଦେ କରିବାକୁ
ନଥାନ୍ତି ମୋ ପାଶେ କେହି।
ଜୟ ଜବାନ,ଜୟ କିଷାନ
ବୋଲି ଗାଓ ସିନା ଗୀତ,
ତଥାପି ମୋ ଜାତିଭାଇ
ମନର ନ ଭରେ ଯେ କ୍ଷତ।
ଏମିତି ଅଟଇ ମୋର
ଜୀବନ କଥା ,
ତଥାପି ଚାଷ କରିବା ପାଇଁ
ମୋ ମନରେ ନଥାଏ ବ୍ୟଥା।
ସୁଚିତ୍ରା ପ୍ରଧାନ
ଗଞ୍ଜାମ
No comments:
Post a Comment