କୃଷକ
ସମସ୍ତଂକ ପାଟି ରେ
ଆହାର ଦେଉ ଥିବା
ମେହେନତି ମଣିଷ :
କୃଷକ ॥
ନିଜ ଜୀବନ କୁ ବେଖାତିର଼ କରି
ଖରା,ବର୍ଷା ଓ ଶୀତ ରେ ଜଳୁ ଥିବା ଦୀପଟି ଏ
ଅନ୍ୟକୁ ସୁଖ ବାଣ୍ଟୁ ଥିବା ମଣିଷ :
କୃଷକ ॥
ବୋଝେ ସ୍ୱପ୍ନ କୁ ଆମ ମନର
ଜମି ରେ ବୁଣୁ ଥିବା
ଚିକିମିକିଆ ରଙ୍ଗ ଦଉ ଥିବା
ଦରଦୀ:
କୃଷକ ॥
କାଦୁଅ ରେ ଘାଣ୍ଟି ଚକଟି ହେଇ
ମାଟି ରେ ମାଟି ହେଇ
ଅନ୍ୟ କୁ ଖୁସି ର ସୁଅ ରେ
ଉବୁ ଟୁବୁ କରୁ ଥିବା
ଚରିତ୍ର :
କୃଷକ ॥
_____________
ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
କୋଲନରା,ରାୟଗଡ଼ା
ମୋ_୮୯୧୭୩୨୪୫୨୫
No comments:
Post a Comment