କୃଷକ
ମାଟି ମୋର ମା
ମୁଁ ରଖିବି ତାର ନାଆ
ଛୋଟ ମୋର ଏକ ଗାଁ
ସକାଳ ପାହିଲେ ହଳ
ଲଙ୍ଗଳ ଧରି ବିଲକୁ ଯାଏ
ସତରେ କି ଆନନ୍ଦ ପାଏ
ଚାଷ କାମ ମୋର ପେସା
ସାଥିରେ ଥାଏ ପଖାଳ କଂସା
ଧନ ସମ୍ପତ୍ତିକୁ ନକରି ଆସା
ଅମଳ ପାଇ ବରଷା ରାଣୀକୁ
କରେ ଭରସା
ଦେଖିବାକୁ ଲାଗେ ଭାରି ଭଲ
ସବୁଜ ସୁନ୍ଦରରେ ଭରା ଧାନ ବିଲ
ସରକାର ଗଢ଼ିଛନ୍ତି କେତେ ଯୋଜନା
ଚାଷୀ ପାଇ ବାଟବଣା ଏସବୁ ଯୋଜନା
କ୍ଷେତରେ ପ୍ରୟୋଗ କରେସେ ଉନତ ମନର ସାର ବିହନ
ଯଦି ଲାଗେ ପକ ମହୁମାଛି କରେ ବିଛିନ୍ନ
ବନ୍ୟା ବାତ୍ୟା ଆସି ଫସଲ କୁ କରିଦିଏ ଛାରଖାର
ସେସବୁ ସହି ସେ ମାନେନି ହାର
ମୁଣ୍ଡରେ ନଥାଏ ଛତା
ପାଦରେ ନଥାଏ ଜୋତା
ତା ଦୁଃଖ ବୁଝିବାକୁ କାହାରି ମନରେ ନଥାଏ ଚିନ୍ତା
ବହୁ କଷ୍ଟ ଯନ୍ତ୍ରଣା କୁ ଲୋଗାଇ ବାଜି
ଚାଷ କାମକୁ ସେ ଭାବେନି ଅରାଜି
କେତେ କଷ୍ଟକର କରିବାକୁ ପଡେ ଫସଲ ଉତ୍ପାଦାନ
ଏମିତି ଲୋକ ମୂଲ କରନ୍ତି
ବଜାରରେ ଚାଷୀର ବୁଝନ୍ତିନି ମାନ
ସେ ଦେଶର ଆହାର ରକ୍ଷକ
ସେ ଆମ ଭାଇ କୃଷକ
ମୁଣ୍ଡର ଝାଳ ତୁଣ୍ଡରେ ମାରି ଫଳାଏ ମଣି ମୁକୁତା
କୃଷକ ଭାଇ ଆମ ଅର୍ଣ୍ଣଦାତା
ଦୀପକ କୁମାର ପଣ୍ଡା
ଜିଲ୍ଲା -ରାୟଗଡା
ଗୁଣୁପୁର
No comments:
Post a Comment