ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ଜ୍ୟୋତିର୍ମୟୀ ଶତପଥୀ , ବାଲେଶ୍ବର

         "କୃଷକ"
...................................

ଵାପ ଗୋସାମ୍ପ ତିନି ପୁରୁଷ ଧରି
              ଥିଲେ କୃଷକ 
ଗୋଟିଏ ଚାଷୀ ପରିବାରର ସମସ୍ତ ଅସ୍ତ୍ରଶସ୍ତ୍ର ହଳ, ଲଙ୍ଗଳ, ପଲ୍ହାଣ,ପାଣ୍ଠି 
ଘରର ଗୋଟିଏ ବଖରା ଆବୋରି ବସିଥିଲା 
        ତାଷର ସମସ୍ତ ସରଞ୍ଜାମ।

ଧାନ ଖଳାରେ ଗଦା ଗଦା କଳେଇ ପୁଞ୍ଜି 
କଉଡ଼ି ଅମାରରେ ଭରପୁର ଧାନ 
             ଧାନ ନୁହେଁ ତ ଲକ୍ଷ୍ମୀ
ମାଣବସା ଠୁଁ ନୂଆଖାଇ 
ଭୁଜା ଭାତ ଖିରି ଖେଚୁଡ଼ିରେ 
ମହକୁ ଥିଲା ପୁରର ଚୈ।ହଦି
ଵେଶ ଦୁଇ ପଇସା ଅଣ୍ଟାରେ ଥିଲା 
  ସିନ୍ଦୁକରେ ଥିଲା ସତେଅଵା 
    ଲକ୍ଷ୍ମୀର ଭଣ୍ଡାର ଘର। 
ସବୁକିଛି ଓଲଟ ପାଲଟ ହୋଇଗଲା 
       ବର୍ଷ କେଇଟା ଭିତରେ...
ବରଜୁ, ଛକଡି, ଦନେଇ, ସନେଇ,
         ଗୁନା ପୁନିଆ ମାନେ 
   ଵୁଢା ହୋଇ ମରିଗଲେ।
 
ପୁଅମାନେ ଲଙ୍ଗଳ ବଦଳରେ 
                 ଟ୍ରାକ୍ଟର ଚଳାଇଲେ 
ଗୋବର ଖତ ବଦଳରେ ଗ୍ରୋମର
        ପଟାସ ଓ ଵିଷ ପ୍ରୟୋଗ କରି 
     ଵିଲରେ ଧାନ ଫଳାଇ 
ଦେଖାଇ ଦେଲେ ସେମାନଙ୍କ ପାରିଲା
              ପଣିଆର କରାମତି।

ଚାଷରୁ ଆୟ ବଢିଲା 
ଇଟା ମାଟିର ଚାଳ ଛପର ଘର 
ରୂପାନ୍ତରିତ ହେଲା ପକ୍କା ଘରକୁ।
ଦୁଇ ପୁରୁଷ ଚାଲିଗଲା 
ତୃତୀୟ ପିଢିର ଭେଣ୍ଡିଆ ପୁଅ 
କ୍ଷେତ ଭୁଇଁରୁ ସହର ଆଡକୁ ଆଖି ଲମ୍ଵାଇଲା 
ଗ୍ୟାରେଜ୍ ରେ ଲୁହା ପିଟିଲା 
ହୋଟେଲ ରେ ଖାଦ୍ୟ ପରଷିଲା 
କାଠମିସ୍ତ୍ରୀ ରାଜମିସ୍ତ୍ରୀ ହୋଇ 
ସହରରେ କାମ କଲା
କୃଷକର ଖେତ ଭୁଇଁ  ଖୋଜିଲା 
         ତାର ପୁଅ ନାତିଙ୍କୁ 
           ପାଇଲାନି କାହାକୁ। 

ନୁଖୁରା ଟାଙ୍ଗରା ଭୁଇଁକୁ ଚାହିଁ ଚାହିଁ 
                ଲୁହ ଝରାଇଲା। 
ଶେଷରେ ଜମି ମାଫିଆ ଦଲାଲଙ୍କ 
     ହାତରେ ପ୍ଲଟିଂ ହୋଇ ଵିକ୍ରି 
     ହୋଇଗଲା କୃଷକର ଚାଷଜମି।
ଛାଡାହେଲା କୋଠାଘର, ଫ୍ଲାଟ କମ୍ପାଟ ମେଣ୍ଟ୍
ସହର ବଢିଲା, ଚାଷୀର ଚାଷ ଜମି 
    କ୍ରମଶଃ ସରି ସରି ଆସିଲା।

ଆଉ ଆଜି?
"ଭାରତ ଏକ କୃଷି ପ୍ରଧାନ ଦେଶ" ଵୋଲି ବର୍ଣ୍ଣନା ଆରମ୍ଭ କରି ପିଲାଙ୍କୁ ରଚନା ଲେଖାଇବା ବେଳେ
"ଚାଷ ଅଛି ଯାହାର, କି ଆନନ୍ଦ ତାହାର " ଭଳି ନିତୀଵାଣୀ ଶୁଣାଇଲା ଵେଳେ 
"ସବୁଜ ବିପ୍ଳବ "ର ଆହ୍ବାନ ଦେଲାବେଳେ 
ପ୍ରଧାନମନ୍ତ୍ରୀଙ୍କ ଘୋଷିତ "କୃଷକ କଲ୍ୟାଣ ଵିଧି ଯୋଜନା "ର ସହାୟତା ସିଧା ସଳଖ କୃଷକ ଭାଇ ମାନଙ୍କ ଜମାଖାତା କୁ ପୈଠ ହେଉଥିବା କଥା ଭାବିଲା ଵେଳେ 
ମନରେ କଣ ଏଇ ପ୍ରଶ୍ନଟିଏ ଆପଣା ଛାଏଁ ଛିଡା ହେଉନି ---

ଏବେ ଦେଶରେ ଚାଷ ଜମିର ପରିମାଣ କେତେ? 
କୃଷକମାନଙ୍କ ସଂଖ୍ୟା କେତେ? 
କୃଷି ଓ କୃଷକର ଭବିଷ୍ୟତ କଣ?
ଏ ସମସ୍ତ ଅସମାହିତ ପ୍ରଶ୍ନ ଭିତରେ 
ଏକ ସମାହିତ ପ୍ରେରଣା ଦାୟୀ ଉତ୍ତର ଵି ମନକୁ ମନ ଆସିଯାଏ --
"ଫେରିଆ ପୁରୁଵ ପଥେ,
ଅକାରଣେ ଆଉ ଧୁଆଁ ହୋ ନାହିଁ 
            ଯନ୍ତ୍ର ଧୁଆଁର ସାଥେ"
ସତରେ କଣ ସହରୀ ସଭ୍ୟତାର ଧୁଆଁ ଭିତରୁ 
   କୃଷକର ପୁଅ ନାତି ମାନେ ପୁଣିଥରେ କ୍ଷେତ ଭୁଇଁକୁ ଫେରି ଯିବେ? 
ହସି ଉଠିବ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ମୋର ଜନ୍ମ ଭୂଇଁ??

ଜ୍ୟୋତିର୍ମୟୀ ଶତପଥୀ , ଵାଲେଶ୍ବର,ଓଡିଶା

No comments: