କୃଷକ
***********
ନିରଳସ ଜୀବନଟା
ଖଟଣି ଯାର ଜୀବନର ଧେୟ,
ପିଠିରେ ବୋହି ବୋହି
ସଂସାର ର ବୋଝ ।
ପେଷି ହୋଇଯାଏ
ଯନ୍ତ୍ରଣା ର ଚକିରେ,
ଅବା ପେଟର ନାଟରେ ।
କେବେକେବେ ବନ୍ୟା ମରୁଡି ରେ
ପୁଣି
କେବେ ରୋଗ ଆଉ
ପୋକର ଦାଉରେ ।
କେବେ ହାରେ କେବେ ଜିତେ
ସେ କଥା ତା , ହିସାବ ବାହାରେ
ତଥାପି ହାରିନି ,ମୂଷା ପରି ଚଷେ
ବାସୀ ପଖାଳ ଓ ଚିମୁଟେ ଲୁଣରେ
ଗଢିଛି ଜୀବନ ।
ସମର୍ପି ଦେଇ ଅନ୍ୟରେ ଆହାର,
ସଢେ ଦାରିଦ୍ର୍ୟ ର କଷାଘାତେ
ଖାଦ୍ୟ ଯୋଗାଇ ରଖିଛି ଯେ
ଏ ସଂସାରେ ଜୀବନ,
ତା ପାଦେ ,
ମୋ କୋଟି କୋଟି ଜୁହାର ।
ରେଣୁକା ସାମଲ ,
ପଞ୍ଚାୟତ ସମିତି କଲେଜ,
ରାଇଘର,ନବରଙ୍ଗପୁର।
No comments:
Post a Comment