ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ବୁଲୁ ବେହେରା ,ଗଞ୍ଜାମ

     ::  ମୋ ଜନମ ଭୂମି  ::
      
ଜନନୀ ଜନମ ଭୂମି 
                    ସ୍ୱର୍ଗାଦପି ଗରିୟସୀ, 
ତୋ କୋଳେ ଜନମିଲୁ ମା'
              ଆମେ ସବୁ ଦେଶବାସୀ l
ଛୋଟରୁ ବଡ଼ ହୋଇଲୁ 
             ତୋହରି ବକ୍ଷରେ ଚାଲି, 
ଖେଳି ଖେଳି ଉଡ଼ାଇଲୁ 
            ଆମେ କେତେ ଧୂଳି ବାଲି l 
ତୋର ନାମ ରଖିବୁ ମା'
          ସଭିଏଁ ଏକାଠି ମିଶି, 
ଜନନୀ...................... (1)
ଅହିଂସାକୁ ମନେରଖି 
           ଗାନ୍ଧିଜୀଙ୍କ ପରି ହେବୁ, 
ଉତ୍କଳମଣିଙ୍କ ପରି 
          ଦେଶର ସେବା କରିବୁ l 
ଲକ୍ଷ୍ମଣ ନାୟକ ପରି 
           ପ୍ରାଣ ଦେବୁ ହସି ହସି, 
ଜନନୀ......................... (2)
ଦେଶ ଦେଶ ସବୁ ବୁଲି 
          ବିବେକାନନ୍ଦଙ୍କ ପରି, 
ପ୍ରଚାର କରିବୁ ଆମେ 
            ଗତ ଗୌରବ ତୋହରି l 
ଗାଇବୁ ତୋ ଜୟଗୀତି 
           ଖୁସିରେ ମା ମହିୟସୀ, 
ଜନନୀ.........................(3)

 ବୁଲୁ ବେହେରା (ଶିକ୍ଷକ)
 __କର୍ପୁରନୁଆଗାଁ, ଆସ୍କା, ଗଞ୍ଜାମ_ 
               

No comments: