:: ମୋ ଜନ୍ମଭୂମି ::
ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
କର୍ମଭୂମି ମୋର ଧର୍ମଭୂମି ମୋର
ମହିୟସୀ ମାତା ଜନନୀ
ତୋରି କୋଳେ ଜନ୍ମିଲି ମୁହିଁ
ତୁହି ମା ଜନନୀ
ମୋ ଜନ୍ମଭୂମି।
ବାଲ୍ୟ କାଳରେ ପାଳିଲୁ ତୁ ମୋତେ
କୈଶୋରରେ ଦେଲୁ ଶିକ୍ଷା
ଯଉବନରେ ଦେଲୁ ଜୀବନର ମାନେ
ଦେଲୁ ପୁଣି ପରା ଦୀକ୍ଷା।
ବୀରପ୍ରସବିନୀ, ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ନଦ, ନଦୀ ଭରା ଶସ୍ୟେ ପୁଣି ଭରା
ଦେବାଳୟଠାରୁ ଶବାଳୟ ଯାଏ
ତୋ କୋଳ ମଣ୍ଡିତ ପରା।
ତେଣୁ କରି ତୁ ଯେ
ବୀରପ୍ରସବିନୀ, ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ତୋ କୋଳେ ଜନ୍ମିଲେ
ଶ୍ରମିକ, କୃଷକ
କେତେ ସୁର,ବୀର ନର
କାହାକୁ କରିନୁ ହତାଦର ପୁଣି
କାହାକୁ କରିନୁ ପର।ଡାକ୍ତର,ଯନ୍ତ୍ରୀ, ବୈଜ୍ଞାନିକ
ନେତା,ମନ୍ତ୍ରୀ, ଅଫିସର
ଅବା କାରିଗର
ତୋର ଆଶୀର୍ବାଦେ
ହେଲେ ସବୁ ଗଢା
ହେଲେ ସବୁ ସ୍ବାର୍ଥପର।
ହେଲେ ନେଉଛି ଶପଥ
ସାଜିବି ମୁଁ କର୍ମୀ
ହେବିନି ବିଧର୍ମୀ, ହେବିନି ଅଧର୍ମୀ
ଗଢି ତୋଳିବି ନିଜକୁ ମୁଁ ସଚ୍ଚା କର୍ମୀ
କରିବି ତୋ ସେବା ହେ ମା ଧରଣୀ
ବୀରପ୍ରସବିନୀ, ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ଅମା ଅନ୍ଧକାର କରି ମୋ'ର ଦୂର
କହିଲୁ ତୁ ମୋତେ
ନ କରରେ ପୁତ୍ର ଗୋଲାମୀ
ସ୍ଵାଧୀନ ଚିତ୍ତେ କର ତୋ କର୍ମ
ନ ହୋଇ ତୁ ଅଧର୍ମୀ।
ସରଗପୁର ମାଟି ମା ମୋ'ର
ସେ ମୋ ପୁଣ୍ୟଭୂମି
ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ମାଟି ମା ପାଇଁ ଜୀବନ ଦେବି
ଶହୀଦ୍ ହେବି
ତା ଈଜ୍ଜତ୍ ପାଇଁ
ମୋ ପ୍ରାଣ ବଳୀ ଦେବି
ଇନକିଲାବ୍ କହି ହସି ହସି ମରିବି।
ତୋର ପାଦ ମୁହିଁ ପ୍ରଣମି
କହିବି ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ସମାଜ ସନ୍ସକାର, ଦୁର୍ନୀତିର ଦୂର
ପାଇଁ ତୋର ପାଶେ
କରେ ନିବେଦନ
ମାଟି ମା ଠାରୁ ନାହିଁ କେହି ବଡ
ଏ କଥାଟି ସର୍ବେ ଜାଣ।
ଜନମ ମରଣ ସବୁ ତୋର ଖେଳ
ତୁହି ପରା ଅଟୁ ମା ମହାକାଳ
ତୋ ପାଦେ ଶରଣ ପଶିବି
ତୁହି ମୋ ମା
ତୁହି ମୋ ଶକ୍ତି ଦାୟିନୀ
ଜନନୀ, ଜନନୀ,ଜନନୀ
ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ସମାଜ ସନ୍ସକାର, ଆର୍ଥିକ ସନ୍ସକାର
ରାଜନୀତି ଭାର
ତୁହି ପରା ସବୁ ନେଲୁଣି
ମା ମା ବୋଲି କେତେ ମୁଁ ଡାକିଲି
ଉତ୍ତର ପରା ତୁ ଦେଲୁନି।
ମମତାମୟୀ ତୁ ସ୍ନେହ କାଙ୍ଗାଳିନୀ
ଜନନୀ,ଜନନୀ,ଜନନୀ
ବୀରପ୍ରସବିନୀ, ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ଧରମା ଆଖିର ଲୁହ ଦେଖିଲୁ ତୁ
ବାଜିଆ ଆଖିର କୋହ
ଗୋପବନ୍ଧୁର ତୁ ସେବା ଦେଖିଲୁ ମା
ମଧୁ କହିଗଲା ସେ ସ୍ଵାଭିମାନୀ।
ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ଅନ୍ଧାର ଆଲୋକ ମଧ୍ୟେ କି ପାର୍ଥକ୍ୟ
ମଣିଷ ତ ଆଜି ଜାଣୁନି
ସ୍ଵାର୍ଥପର ହୋଇ ସ୍ବାର୍ଥରେ ବୁଡିଛି
କାନ୍ଦୁଛି ମା ଧରଣୀ
ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ମା ମାଟି ଠାରୁ ବଡ କେହି ନାହିଁ
ସେ ପରା ଶକ୍ତିଦାୟିନୀ
ବିଦ୍ୟା ପ୍ରଦାୟିନୀ, ସର୍ବ୍ଙସହା
ମାତା ଜନନୀ।
ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ହେ ମାନବ ଗଣ
ସ୍ଵାର୍ଥ ତ୍ୟେଜ ପୁଣ
ହୁଅ ଏବେଠୁ ସାବଧାନ।
ମା'ର ସ୍ନେହ, ମା'ର ମମତା
କେବେ ତୁ ଜମା ଭୁଲନି
ବୀରପ୍ରସବିନୀ, ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ମାଟି ମାଆର ଆଖିର ଲୁହ
ହୃଦୟେ ମୋର ବଢ଼ାଏ କୋହ।
ଲାଞ୍ଚୁଆ, ମିଛୁଆଙ୍କୁ କର ଅକାମୀ
ସ୍ନେହ, ପ୍ରେମେ ଭଲପାଇବାରେ
ସମ୍ପର୍କ ଗଢି ହଟାଅ ଗୋଲାମୀ।
ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି ।
କିଏ କହେ ହିନ୍ଦୁ କିଏ କହେ ମୁସଲିମ୍
କିଏ କହେ ଶିଖ୍ ଈଶାଇ
କିଏ କହେ ଜୈନ ଧର୍ମୀ
ମାନବ ବାଦର ବିସ୍ତାର ପାଇଁ
ସଦା ତତ୍ପର ଏ ଧରଣୀ।
ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ଏ ଦେବ ଭୂମି,ଏ ଶିବ ଭୂମି
ଏ ମୋ ମାତୃଭୂମି,
ଏ ମୋ କର୍ମ ଭୂମି,
ଏ ମୋ ଧର୍ମଭୂମି, ଏ ପୁଣ୍ୟଭୂମି
ଏ ମୋ ଜନ୍ମଭୂମି
ଭାରତଭୂମି।
ଏ ଜ୍ଞାନଭୂମି
ଏ ମୋ ସନ୍ମାନଭୂମି
ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ନାନା ଜାତି ନାନା ଧର୍ମ
ଏଠି ସଭିଏଁ ତୁଲାନ୍ତି ତାଙ୍କ କର୍ମ
ଫୁଲ ଅନେକ ହେଲେ ମାଳାଟି ଏକ
କେ ନ କୁହନ୍ତି ଏ ଅକର୍ମ
ସର୍ବେ ପାଳିଥାନ୍ତି
ସଭିଙ୍କ ଧର୍ମ।
ଜ୍ଞାନାଲୋକ ଜାଳି
ଜ୍ଞାନେ ହୋଇ ପ୍ରେମୀ
ସାଜି ମାନବ ଧର୍ମୀ
ତୋତେ ମୁଁ ପ୍ରଣମି
କହିବି ମା ତୁ
ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ଜନନୀ ଜନ୍ମଭୂମି ଶ୍ଚ
ସ୍ଵର୍ଗାଦପି ଗରୀୟସୀ
କହୁଥାଉ ସଦା ହୃଦ
ମୋ'ର ହସି ହସି।
ତୁହି ମା ଜନନୀ
ତୁହି ମା ଧରଣୀ
ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ତୋର ସେବା କରି
ତୋର ନାମ ଧରି
ପ୍ରାଣବାୟୁ ପଛେ ଯାଉ ମୋର ଉଡି
ବିପଥଗାମୀ ମୁଁ ହେବିନି।
ତୋ ଈଜ୍ଜତ୍ ହାନି ହେବା ପାଇଁ
କେବେ ମୁହିଁ ପରା ଦେବିନି।
ବୀରପ୍ରସବିନୀ,ସୁରପ୍ରସବିନୀ
ତୁହି ମା ଜନନୀ
ମୋ ଜନ୍ମଭୂମି।
ରବିନ୍ଦ୍ର କୁମାର ସାହୁ
ସା/ ପୋ - ବିନାୟକପୁର
ଥାନା - ପିପିଲି
ଜିଲ୍ଲା - ପୁରୀ
ପିନ୍ ୭୫୨୧୦୪
ଓଡ଼ିଶା।
No comments:
Post a Comment