ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ସୁଶାନ୍ତ ରଣା , କଳାହାଣ୍ଡି

     :: ବୃକ୍ଷ ମୋର ବନ୍ଧୁ ::
----------------******--------------
ବୃକ୍ଷ ପାଇଁ ଆଜି 
ଏ ଜୀବ ଜଗତ 
ବଞ୍ଚିଛି ସେ ବଞ୍ଚିଥିବ 
ବୃକ୍ଷ ବିନା କେହ୍ନେ 
ଏ ସୃଷ୍ଟି ରହିବ 
ବୃକ୍ଷ ଲାଗି ଏ ସମ୍ଭବ ll

ନେଇ ଜାଣୁ ଅଛେ 
ଦେଇ ଜାଣୁ ନାହିଁ 
ନୁହେଁରେ ମଣିଷ ପଣିଆଁ 
ଫଳ ପୁଷ୍ପ ବାୟୁ 
ପୃଥିବୀ କୁ ଦେଲା 
ଆମ୍ଭେ ନ ଚିହ୍ନିବା କିଆଁ ll 

ବୃକ୍ଷ ପରି ବନ୍ଧୁ 
ନାହିଁ ରେ ସଂସାରେ 
ନିଃସ୍ୱାର୍ଥରେ ଦିଏ ବାୟୁ 
ଜୀବଜନ୍ତୁ ଙ୍କର 
ନିଶ୍ୱାସ ପ୍ରଶ୍ୱlସ
ତହିଁରେ ଜୀବନ ଆୟୁ ll 

ଗୋଟିଏ ମଣିଷ 
ଗୋଟିଏ ବୃକ୍ଷଟେ 
ଆସ ଲଗେଇବା ଆମେ 
ବୃକ୍ଷ ବନ୍ଧୁକୁ ବା 
ଦେଇକି ପରିବା 
ବୃକ୍ଷଟେ ରୋପିବା ଆମେ ll 


ଜନ୍ମରୁ ମରଣ 
ଜୀବନରେ ମୋର 
ରହିବେ ଅଭୁଲା ହୋଇ 
ଥିଲେ ଥାଉ ମୋର 
ଶହ ଶହ ବନ୍ଧୁ 
ବୃକ୍ଷ ପରି ବନ୍ଧୁ ନାହିଁ ll

ସୁଶାନ୍ତ ରଣା 
ତେରେସିଂହା, କଳାହାଣ୍ଡି ( ଓଡ଼ିଶା )

No comments: