ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଜନ୍ମଭୂମି - ଭବାନୀ ରାଜୁ , ରାୟଗଡ଼ା

        :: ଜନ୍ମଭୂମି ::
ଗରବେ ଆଜି ମୁଁ ଉତ୍ଫୁଲ୍ଲିତ ହୁଏ 
ଉତ୍କଳ ସନ୍ତାନ ବୋଲି, 
ଓଡିଶା ମୋ ରାଜ୍ୟ ଓଡିଆ ମୋ ଭାଷା 
କିପରି ଯିବି ମୁଁ ଭୂଲି ।।
ଶସ୍ଯ ଶ୍ୟାମଳା ଯେ ସବୁଜ ବନାନୀ 
ରୂପ ତା'ର ମନଲୋଭା, 
କେତେ ଶୋଭାପାଏ ଭାରତ ଦେଶରେ 
ସ୍ବର୍ଣ୍ଣମୟୀ ଯେହ୍ନେ ଉଭା ।।
ବୀର ପୁରୁଷଙ୍କୁ ଜନମ ଦେଇ ସେ 
ଚୀର କାଳ ହେଲା ବନ୍ଦ୍ୟା, 
ଦେଶବିଦେଶରେ କୀରତି ପାଇଁ ତା
ରଖିଲା ଯଶ ଅନିନ୍ଦ୍ୟା ।।
ଠାକୁର ଆମର ବଡ ଠାକୁର ସେ 
ରହନ୍ତି ବଡ ଦେଉଳେ, 
କଳା ଶ୍ରୀ ମୁଖ କୁ ଦର୍ଶନ ପାଇଁ କି 
ଭିଡ ଏଠି ସଞ୍ଜ ସକାଳେ ।।
ମହ ମହ ବାସେ ରାଇଜ ଟା ସାରା 
ଚନ୍ଦନ ତୁଳସୀ କର୍ପୁରେ, 
ପବିତ୍ର ମୋ ଜନ୍ମଭୂମି ଓଡିଶା ତା ନାମ 
ଧନ୍ଯ ଜନମି ମୁଁ ଏ ମାଟିରେ ।।
ଗରବେ କହୁଛି ଝିଅ ମୁଁ ଓଡ଼ିଆ 
ଓଡ଼ିଆ ଘରର ବୋହୂ, 
ମଥାରେ ସିନ୍ଦୁର ପଦରେ ଅଳତା 
ଶୋଭା ମୋର ପାଉଥାଉ ।।
------------------
          ଭବାନୀ ରାଜୁ, 
ଜିଲ୍ଲା - ରାୟଗଡା ।🙏

No comments: