:: ବୃକ୍ଷ ମୋର ବନ୍ଧୁ ::
ବୃକ୍ଷଲତା ଘେରା ପରିବେଶ ଟିଏ
ସଭିଙ୍କୁ ଆନନ୍ଦ ଦିଏ,
ପରିବେଶ ଆମ ଭଲ ହୋଇଥିଲେ
ମଣିଷ ଖୁସିରେ ରହେ।
ଶୀତଳତା ସାଙ୍ଗେ ଫୁଲ ଫଳ ପରା
ଏ ମଣିଷ ଖୋଜୁ ଥାଏ ,
ଅଙ୍ଗାରକାମ୍ଳ କୁ ବାୟୁମଣ୍ଡଳରୁ
ଗଛ ପରା ଟାଣି ନିଏ।
ମୃତ୍ତିକା କ୍ଷୟ କୁ ରୋକିଥାଏ ବୃକ୍ଷ
ଉର୍ବର ହୁଅଇ ମାଟି ,
ପୃଥିବୀ ପୃଷ୍ଠକୁ ଶୀତଳ କରାଏ
ସୂର୍ଯ୍ୟ ତାପମାତ୍ରା ଶୋଷି ।
ରୋଷେଇ ଶାଳରୁ କାରଖାନା ଯାଏ
ସବୁଠାରେ ଗଛ ଲୋଡା ,
ଆସ ଆସ ପିଲେ ମିଳିମିଶି ସର୍ବେ
ଗଛ କରାଇବା ଛିଡା ।
ଗଛ ରହିଥିଲେ ପରିବେଶ ସୁସ୍ଥ
ବର୍ଷା ନିୟମିତ ହୁଏ ,
ଫଳ ,ଫୁଲେ ଭରି ଏ ଧରଣୀ ରାଣୀ
ଅମ୍ଳାଜାନ ଭରି ଦିଏ ।
ହୋଇଥିଲେ ସୁସ୍ଥ ପରିବେଶ ଆମ
ପ୍ରାଣୀ ଯେ ଖୁସି ରେ ରହେ ,
ରୋଗ, ଦୁଃଖ ତା'ର ପାଶ ପଶେ ନାହିଁ
ମଣିଷ ଯେ' ଶାନ୍ତି ପାଏ ।
ଧରଣୀ ରାଣୀ ଯେ' ଯାତନାକୁ ପରା
ପାରୁନାହିଁ ଆଉ ସହି ,
ଆଖିରୁ ତାହାର ଝରଇ ଲୋତକ
କାନ୍ଦୁ ଅଛି କଇଁ କଇଁ !
ତା' ଛାତି ଉପରେ ନାଚି କୁଦି ଆମେ
ଛୋଟରୁ ବଡ ହୋଇଲୁ ,
ତା' ଗଛର ଫୁଲ ଫଳ ଖାଇ ସର୍ବେ
ଆନନ୍ଦେ ଆମେ ରହିଲୁ ।
ସଭିଙ୍କୁ ଦେଲା ତା' ପାଣି ଓ ପବନ
ରହିବାର ପାଇଁ ଜାଗା,
ଦିନେ ହେଲେ ସିଏ ରାଗି ତ'
ନଥିଲା
ଆଜି କିଆଁ ଦିଏ ସଜା ।
ପ୍ରଗତି ନାମରେ ଗଢି ଉଠିଲା ଯେ'
ନାନା ଜାତି କାରଖାନା,
ତା' ବିଷାକ୍ତ ଧୂଆଁ ଦୂଷିତ କରଇ
ବାୟୁମଣ୍ଡଳ କୁ ସିନା !
ଏ ଧରଣୀ ରାଣୀ କାନ୍ଦିବ ତ ନାହିଁ
ଯଦି ଲଗାଇବା ଗଛ ,
ଗଛ ରହି ଥିଲେ ସବୁଜ ସୁନ୍ଦର
ହେବ ପରିବେଶ ସ୍ୱଚ୍ଛ ।
ଗଛ ରହିଥିଲେ ଆମେ ଯେ' ରହିବୁ
ନୁହଁଇ କେବେ ହେଁ ମିଛ ,
ସଜୁଜ ବନାନୀ ହସିବ ସେ ପୁଣି
ଯଦି ଲଗାଇବା ଗଛ ।
ଅଧିକ ଫସଲ ପାଇଁ କ୍ଷେତେ ଦେଲୁ
ରାସାୟନ ଭରା ସାର,
ସାର ନୁହେଁ ସେ ତ ଅଟଇ ଜହର
କରୁଅଛି ଛାରଖାର ।
ମା'ଆ,ମାଟି ମାତୃଭାଷାକୁ ରେ
ମନ
ଆଣ୍ଟ କରି ଧରି ଥିବୁ,
ତା'ର ସେବା ଯଦି ଯତନେ କରିବୁ
ସ୍ୱର୍ଗ ସୁଖ ପାଉ ଥିବୁ ।
ବୃକ୍ଷ ପାଇଁ ପରା ଆମରି ଜୀବନ
କରଇ ଆମ ମଙ୍ଗଳ,
ତାର ହିତ ଲାଗି ସୃଷ୍ଟି କରାଇବା
ଧରାରେ ନୂଆ ଜଙ୍ଗଲ ।
ବୃକ୍ଷ ଟେ' ବଞ୍ଚିଲେ ଆମେ ଯେ' ବଞ୍ଚିବା
ସେ ପରା ପରାଣ ମିତ ,
ବନମହୋତ୍ସବେ ତାକୁ କୋଳେଇଲେ
ସାଧିବ ଆମର ହିତ ।
ବୃକ୍ଷ ଆମ ବନ୍ଧୁ ବୃକ୍ଷ ଆମ ଭାଇ
ବୃକ୍ଷ ତ ଜୀବନ ଧନ ,
ସୁଶୀତଳ ଛାୟା ଦିଏ ତାର କାୟା
ତା'ଆଶ୍ରୟେ ପ୍ରାଣୀ, ଜନ ।
*ଗଛ ଟିଏ ସିଏ ଗଛ ଟିଏ*
*ଆମ ସହଯୋଗୀ ବନ୍ଧୁ ଟିଏ*
*ମା' ଗର୍ଭୁ ବାହାରି ଏ ମାଟିରେ ପଡି*
*ଆମରି ମଙ୍ଗଳ ଚାହୁଁଥାଏ*।
ସାଧନା ପଣ୍ଡା
ଭୁବନେଶ୍ବର
ଖୋର୍ଦ୍ଧା
No comments:
Post a Comment