ଜନମ ଭୂଇଁ ମୋ ସରଗ ଠୁ ବଳି
ତା' ମାଟି ଅମୂଲ ମୂଲ,
ଦେଶ ବିଦେଶ କୁ ତା ସ।ଥେ ମାପିଲେ
ହେବକି ତାହାର ସମତୁଲ ।।
ଜନମ ଭୂଇଁ ର ପ୍ରତି ଧୂଳିକଣା
ଦେହ ରକତ ର ସମ,
ଆଦର ରେ ସେ କୋଳେଇ ନେଇଛି
ଧରିତ୍ରୀ ମା ତାର ନାମ ।।
ବାଳୁତ କାଳ ମୋ, କଟିଛି ତା' କୋଳେ
ଧୂଳି, ବାଲି ଖେ ଲି ଖେ ଳି
ବୃକ୍ଷ ଲତା ସବୁ ଆପଣି ନେଇଛି
ସହିଛି ଅଳି ଅର୍ଦ୍ଦଳି ।।
ଜନମ ଭୂମି ରେ ଜଳିଛି ଏନ୍ତୁ ଡି
ଜଳୁ ଏଠି ଚିତା ଜୁଇ,
ତାର ଚରଣ ରେ ନଇଁ ଯାଏ ମଥା
ସେହି ମୋ ଜନମ ଭୂଇଁ ।।
ନାମ - ସଞ୍ଜିତା ଦ୍ୱିବେଦୀ
ଗ୍ରାମ - ଦ୍ୱିବେଦୀ କଲୋନୀ
ପୋ - ପାଲଲହଡ଼ା
ଜିଲ୍ଲା ଅନୁଗୁଳ
No comments:
Post a Comment