ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ସୁଶାନ୍ତ ରଣା , କଳାହାଣ୍ଡି

     

  :: ମୋ ଜନ୍ମଭୂମି ::
ତେରେସିଂହା ମାଟି  ପାଣି ପବନଥି
ଜନମି ବଢ଼ିଛେ ମୁଇଁ
ତାର ସ୍ନେହ ଶରଧା ଭୁଲିକେ ପାରିଛେ
ମନୁ ନାଇଁ ହୁଏ ଭୁଲି ll

ଭରତିଆ ପକ୍ଷୀ ଘଣ୍ଟ ଘୋଡା ପରି
ରଖିଛେ ପଣତ ଢ଼ାକି
ଧଏନ୍ ଧଏନ୍ ମାଗୋ ଜନମ୍ ମାଟି
ଜୁହାର କରୁଛେ ମୁଇଁ ll

ଓଡି଼ଶା ମାଟି ମୋ ସବୁଜ ଶ୍ୟାମଳ
ଖାଦ୍ୟରେ ନାହିଁ ଅଭାବ
ଜନ୍ମଭୂମି ଫଳେ ଏମୋ ଦୁନିଆରେ
ବାର ମାସେ ତେର ପର୍ବ ll

ସ୍ବ-ଦେଶ ବୀର  ବୀରତ୍ୱ କୁ ଦେଖି
ଶତ୍ରୁ ହୁଏ ଥର ହର
ଜନ୍ମଭୂମି ପାଇଁ  ଜୀବନ ଦେବାକୁ
ନାହିଁ ମୋତେ ତିଳେ ଡର ll

ଭାରତର ଶକ୍ତି   ପ୍ରଦର୍ଶନ ଦେଖି
ପଡୋଶୀ କରେ ସଲାମ
ମା' କୋଳ ପରିମୋ ଜନ୍ମଭୂମି କୋଳ
ତା ପାଦେ କୋଟି ପ୍ରଣାମ ll
---------- * ----------
ସୁଶାନ୍ତ ରଣା ( ସମ୍ପାଦକ )
ତେରେସିଂହା ନେହେରୁ ଯୁବକ ସଂଘ,
ତେରେସିଂହା, ଜି. କଳାହାଣ୍ଡି l
ମୋ. 7894658274.

No comments: