:: ମୋ ଜନ୍ମଭୂମି ::
==============
ଜନ୍ମଭୂମି ପରା ମୋ ମାତୃଭୂମି
ଭାରତ ଯାହାର ନାମଟି
ଶସ୍ୟ ସମ୍ପଦ ଭରା ମୋ ମାଟି
ଦେଶ ବିଦେଶରେ ତା ଗୁଣ ଗାରିମା ଗାନ କରନ୍ତି ||
ଏହି ଦେଶେ ଅଛି ମୋର ନିବାସ
ଜନ୍ମ ହୋଇ ତା'କୋଳେ ମୁଁ ବହୁତ ଗର୍ବିତ
ସେନେହ ମମତା ଭରାରେ ମୋ ମାଟି
ଯୋଉଠି ଦେଶ ସମ୍ମାନ ପାଇଁ
ହସି ହସି ଜନ ଜୀବନ ଦିଅନ୍ତି ||
ତା କୋଳେ ମୋ ଶୈଶବ ବାଳୁତ
କୈଶୋର ବିତାଇଛି କେତେ,
ଝୁଣ୍ଟିଯାଏ ଯେବେ ଜୀବନର ପଥେ
ଶୁଣି ତା'ର ଉତ୍କଳର ଗାଥା
ଆଗେଇ ଚାଲେ ବୀର ପରି ମୋ କର୍ମପଥେ ||
ଜନନୀ ମୋ ମହିୟସୀ ଜନ୍ମଭୂମି
ସରଗଠୁ ବଡ଼ ସୁନ୍ଦର ତା' ପରିବେଶ
ତା' କୋଳେ ମିଳେ ଯୋଉ ତୃପ୍ତି
ବଇକୁଣ୍ଠ ଠାରେ ତାହା ମିଳେନି ||
ତା' ବାତ୍ସଲ୍ୟ ସ୍ନେହ ଅମାପ
ସୁଝିବାକୁ ଲାଗିବ ଜନ୍ମ ଜନ୍ମ
ତଥାପି ତା'ସେବାରେ ରହିବି ମୁଁ ରତ
ଶେଷ ରକ୍ତ ବିନ୍ଦୁ ଥିବାଯାଏ ||
===================
ପ୍ରଜ୍ଞାଲୀନ ସାହୁ
ଜଗତସିଂହପୁର
------------------------------------------
No comments:
Post a Comment