ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଜୀବନ ର ମୂଲ୍ୟ - ଭବାନୀ ରାଜୁ


👮  ଜୀବନର ମୂଲ୍ଯ 👮
ଆଖିରୁ ଝରଇ ବିରହ ର ଅଶ୍ରୁ 
ସିନେ ତାରକା ଙ୍କ ମୃତ୍ୟୁ ଖବର ଶୁଣି 
ଚୁପ୍ ରୁହ କାହିଁ ଯିଏ ବଳିଦାନ ଦିଏ
ଭାରତ ମାଟିର ଅକ୍ଷୁର୍ଣ୍ଣ ପାଇଁ ।।
ଟଳିଛନ୍ତି କେତେ ଭାରତ ଯବାନ 
ଶତ୍ରୁ ଗୁଳିକୁ ଛାତିରେ ଭେଦି
ଥରୁଟିଏ ଭାବେ କ'ଣ ବିତୁଥିବ ପରିବାର ସହ,  କିପରି ଥିବ ତାଙ୍କରି ସ୍ଥିତି ।।
ପରିବାରର ଭାର ମୁଣ୍ଡରୁ ଓହ୍ଲାଇ
ସପଥ ନେଇଥାଏ ମାଟି ମା ର ପାଇଁ ,
ଜୀବନର ସୁଖ ତ୍ଯାଗ କରି ଦିଏ
ଭାରତ ମାଟିର ଯଶ ଖ୍ୟାତି ପାଇଁ।।
ମମତା ବନ୍ଧନ ଭାଙ୍ଗି ଦେଇଯାଏ 
ମାଟି ସହ ବାନ୍ଧେ ସେନେହ ଡରି,
ସମୟ ଆଗରୁ ବୁଝି ଯାଇଥାଏ 
ମମତା ବନ୍ଧନ ପଣତ ଭରି ହେଲେ
ମାଟିର ବନ୍ଧନ ଆକାଶ ଭରି।।
ଯଦି ସେ ନଥାନ୍ତା ଦୂର ସୀମାନ୍ତ ରେ
ସଙ୍ଗୀନ ହୁଅନ୍ତା ଆମରି ସ୍ଥିତି, 
ନା ହୋଲି ଖେଳ ସାଙ୍ଗସାଥି ମେଳ
କେମିତି ମଉଜ କରନ୍ତେ ଏଠି ।।
ଜୀବନର ମୂଲ୍ଯ ତାହାଙ୍କୁ ପଚାର
ବନ୍ଧୁକ ଧରି ଯିଏ ସିମାନ୍ତେ ଥାଏ, 
କମାଣ ମୁନରେ  ନିଜ ଜୀବନ ଝୁଲେଇ 
ସଭିଙ୍କ ପ୍ରାଣକୁ ବଞ୍ଚାଇ ଥାଏ ।।
ସିନେ ତାରକାଙ୍କ ଆତ୍ମହତ୍ୟାକୁ ନେଇ 
ହାରିଦିଅ କାହିଁ ତୁମ ଜୀବନ  ,
ଯଦି ଦମ୍ଭ ତୁମ ଛାତିରେ ଭରିଛ
ଯାଅ ସୀମାନ୍ତେ ହାର ତୁମ ଜୀବନ।।
ଜିଇଁବାର  ଅଛି ଜୀବନ ତୁମକୁ 
ଜୀବନକୁ ଗୋଟେ ଢଙ୍ଗ ରେ ନିଅ,
ଶେଷ ନିଃଶ୍ବାସ ରେ ତ୍ରିରଙ୍ଗା କୁ ଓଢି
ସବୁ ମନ ପ୍ରାଣେ ଅମର ରୁହ ।
  ସବୁ ମନ ପ୍ରାଣେ ଅମର ରୁହ।।
------------------
             ଭବାନୀ ରାଜୁ 

No comments: