ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଦେଶପ୍ରେମୀ - ରବିନ୍ଦ୍ର କୁମାର ସାହୁ , ପୁରୀ


    ::ଦେଶ ପ୍ରେମୀ::
 
ଦେଶପ୍ରେମୀ ଆମ୍ଭେ ଦେଶପ୍ରେମୀ
ମାଟି ମା ଆମ୍ଭ ମାତୃଭୂମି ।
ଦେଶର ପାଣି ପବନ
ଦିଏ ଆମ୍ଭକୁ ଜୀବନ,
ତା ଲାଗି ଆଜି ଆମ୍ଭେ ସବୁ ବଡ଼
ତାକୁ ନ ଭାବ କେବେ ଜଡ।
ଆସୁ ଯେତେ ଝଡ଼ ଅବା ବିପଦ
ତା କୋଳ ଅଟେ ସର୍ବ ସମ୍ପଦ
ତା ଋଣ ଶୁଝିବା
        ତା ଦୁଃଖ ବୁଝିବା
ଶତ୍ରୁ ସଂଗେ ଯୁଝିବା
ତା'ର ସମ୍ମାନ ପାଇଁ ଜୀବନ ଦେବା।
ହେବାନି କେବେ ବିପଥଗାମୀ
ସେ ପରାମହିୟସୀ ମାତା
                  ଆମ୍ଭ ଜନ୍ମ ଭୂମି।
ତା'ର ଲାଗି ଆମ୍ଭେ ଶହୀଦ୍ ହେବା
                ଜୀବନ ଦେବା
ମାତୃଭୂମିର ଈଜ୍ଜତ୍ ପାଇଁ
                  ତ୍ୟାଗ କରିବା।
ଯେତେ ଆସୁ ଝଡି, ବାଡି,ମରୁଡି
        ନ ଯିବାରେ  କେବେ ହୁରୁଡି।
ଦେଶ ମାତୃକାକୁ ପରିବାର ଭାବି
      ସବୁ ବିପଦକୁ ଦେବାରେ ତଡ଼ି।
ମା'ର ସନ୍ମାନ ଏକାନ୍ତ କାମ୍ୟ
    ଏଥିରେ ତିଳେହେଁ ନାହିଁରେ ଭ୍ରମ।
ଦେଶ ମାତୃକାର ସେବା କରିବା
  ତା'ର ପାଇଁ ଆମ୍ଭେ ଜୀବନ ଦେବା।
ତ୍ୟାଗ ଓ ସେବାରେ ଗଢ଼ିବା ଦେଶ
      ସଭିଙ୍କ ମୁଖରେ ଫୁଟାଇ ହସ।
ଜଳ, ଜନ, ଜଙ୍ଗଲ ଓ ଜମି
    ଏସବୁରେ ଗଢା ଆମ ମାତୃଭୂମି।
ସଜାଇ ନିଜକୁ ପ୍ରକୃତି ପ୍ରେମୀ
     ଭାବି ତାକୁ ଆମ ଜନମଭୂମି
         ହୋଇବା ଆମ୍ଭେ ସଚ୍ଚାକର୍ମୀ।
ସେବା ଓ ତ୍ୟାଗେ ଦେଶ ଗଢିବା
                   ତେବେ ଯେ ହେବା
  ଦେଶ ପ୍ରେମୀ ଆମ୍ଭେ ଦେଶପ୍ରେମୀ।
ଲାଞ୍ଚ,ମିଛ ଦୁର୍ନୀତିକୁ ଦେବା ହଟାଇ
   ମା ମୁଖେ ଦେବା ହସ ଫୁଟାଇ।
ସାଜିବା ଆମ୍ଭେ ମା ମାଟିର ପ୍ରେମୀ
                ତେବେ ଯେ ହେବା
   ଦେଶପ୍ରେମୀ ଆମ୍ଭେ ଦେଶପ୍ରେମୀ।

9437304687.           
ରବିନ୍ଦ୍ର କୁମାର ସାହୁ

ସା/ ପୋ - ବିନାୟକପୁର
ଥାନା - ପିପିଲି
ଜିଲ୍ଲା - ପୁରୀ।

No comments: