" ବୃକ୍ଷ ମୋର ବନ୍ଧୁ "
ବୃକ୍ଷ ଆମ ଚିର ବନ୍ଧୁ, ଜୀବନ ଦାୟିନୀ,
ଲକ୍ଷ୍ମଣ ଙ୍କ ଶକ୍ତିଭେଦେ ସେହି ସଂଜିବନି।
ଅମୃତ ଫଳ ଦାୟିନୀ, ଶକ୍ତି ପ୍ରଦୟିନି,
ଛାୟା ଦିଏ ପୁଣି ତାହା, ଆଶ୍ରା ଦାୟିନୀ।
ସାଇତିଛି ବକ୍ଷ ମଧ୍ୟେ କେତେ ଯେ ପଦାର୍ଥ,
ହରେ ସବୁରି ଯାତନା ଏବଂ ଦୁଃଖ ଅପ୍ରମିତ।
ପ୍ରକୃତ ବନ୍ଧୁ ସେହି ମହାନ ଜୀବନ,
ଦେଇଥାଏ ଆମକୁ ସେ ଅମ୍ଳଜାନ।
ବଞ୍ଚୁ ଆମେ ତାକୁ ନେଇ ଆମରି ଜୀବନ,
ଶାନ୍ତି ଦେଇ ଥାଏ ସେହି ହୃଦ ଆଉ ମନ।
ତା ସାହାଯ୍ୟ ତୁଳନା ନାହିଁ ଏହି ଧାମେ,
ସେବା ସିଏ କରୁଥାଏ, ସଦା ମର୍ମେ ମର୍ମେ।
କାହାକୁ ବିଶ୍ବାସୀ କହିବା ଏ ଧରା ବକ୍ଷରେ,
ସଭିଏଁ ସ୍ବାର୍ଥ ଅନ୍ଧ, ଦୟା ନାହିଁ କାହା ମନରେ।
ନିଜର ଏଠି କେହି ନାହିଁ, ସଭିଏଁ ଟି ପର,
ବୃକ୍ଷ କିନ୍ତୁ ବିନା ସ୍ୱାର୍ଥେ କରେ ଉପକାର।
ତା ଠାରୁ ବଳି ବନ୍ଧୁ ନାହିଁ ଏ ଧରା ରେ,
ତାକୁ ସଦା ପୂଜୁଥିବା, ବନ୍ଧୁ ଭାବରେ।
ସେ ଆମର ଦୁଃଖ କେବେ ନ ପାରେ ଯେ ସହି,
କେବେ ତାକୁ ନ କାଟିବା, ଆମ ମଧ୍ୟେ କେହି।
ଶୁଭ ଲକ୍ଷ୍ମୀ ବେହେରା
ସାଲେପୁର, କଟକ
ଗୁରୁ ଛାତ୍ରୀ
No comments:
Post a Comment