ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ପରେଶ କୁମାର ପରୁଆ , ବରଗଡ଼

    ::ଜନ୍ମଭୂମି ::
************
ଭାରତ ଦେଶ ମୋ ଜନ୍ମଭୂମି
ରାଜ୍ୟ ଓଡ଼ିଶା ମୋର
ଜି: ବରଗଡ ରାଜବୋଡାସମ୍ବର ବ୍ଲକ
ଗ୍ରାମ ବିଶିପାଲି ମୋର ଘର
ଏହା ମୋ ଜନ୍ମଭୂମି
ଗ୍ରାମ ପୋଖରୀ ରେ କେତେ ସୁନ୍ଦର
ଫୁଟି ଅଛି ଦେଖ କଇଁ....୧

ମୋ ଜନ୍ମଭୂମି ର ପାହାଡ ପର୍ବତ
କିଚିରି ମିଚିରି ଚଢ଼େଇ
କୁଳୁ କୁଳୁ ଝରଣା ବହଇ
ପାଣିର ଫୋଟକା ହୋଇ
ଏହା ମୋ ଜନ୍ମଭୂମି
ଆକାଶର ମେଘ ଦୋଲି ଖେଲଇ
ପାହାଡ଼ କୁ ଛୁଇଁ ଛୁଇଁ.....୨

ଜୁଇ ଜାଇ ମଲି ମାଲତି
ଅପରାଜିତା କିଆ କେତକୀ
ମୋ ଜନ୍ମଭୂମି ରେ ଫୁଟିଛି ଫୁଲ
ଆକାଶରେ ତାରା ଜହ୍ନ ମାମୁଁ
ହସୁଥାନ୍ତି ହୋଇ ଗେଲ
ଏହା ମୋ ଜନ୍ମଭୂମି
ମୋ ଜନ୍ମଭୂମି ର ବୀର ଜବାନ୍
ପରିଶ୍ରମି କିଷାନ କୁ ସେଲୁଟ୍ ମାରୁଛି ମୁଇଁ...୫

କାଶୀ ବାରଣାସୀ କୋଣାର୍କ ପୁରୀ
ହରିଶଙ୍କର ନରସିଂହନାଥ
କେଦାର ଗୌର ଆହୁରି କେତେ ତିର୍ଥ
ବୁଲି ବୁଲି ଦେଖିମା ହାତେ ଥିଲେ ଅର୍ଥ
ଏହା ମୋ ଜନ୍ମଭୂମି
ଇ ଜନ୍ମଭୂମିର ଶାଗ ସବଜି
ପାଇବା ଆଉ କାହିଁ.....୬

ମୋ ଜନ୍ମଭୂମି ର ଗ୍ୟାନ ବିଗ୍ୟାନ
ଚିର ଅମର ଅବଦୁଲ୍ କଲାମ
ଭାରତ ବାସୀ ପାଇଁ ମହାନ
ଗାନ୍ଧୀ ନେତାଜୀ ସୁବାଷ ବୋଷ
ଦେଶ ଲାଗି ଦେଲ ବଲିଦାନ
ଏହା ମୋ ଜନ୍ମଭୂମି
ଅମର ହୋଇ ଗଲରହି
ଦେଶ ପ୍ରେମ ପାଇଁ ତୁମର ଜଲିଲା ଜୁଇ...୭

ଗୀତ ନାଚ ବାଦ୍ୟ କଲା ସଂସ୍କୃତି
ଡାଲଖାଇ ରସରକେଲି ଛଉ ଓଡିଶି
ଦଣ୍ଡ ନାଟକ ଅର୍କିଷ୍ଟା ଘୁଡୁକା ପାଲା
ସବୁରେ ଭଲ ଆମ ପୁଅ ଝିଅ ପିଲା
ଏହା ମୋ ଜନ୍ମଭୂମି
ଜୟ କଲାକାର ଭାରତର
ନ ହୁଅନ୍ତୁ ବିପଥ ଗାମି.....୮

ହେ ଜଗନ୍ନାଥ ତୁମେ କଲା ଠାକୁର
ସମଲେଶ୍ଵରୀ ତାରିଣୀ ମାଁ ଆମର
ବିପଦେ ଆପଦେ ଉଦ୍ଧାର କର
ତୁମକୁ ମୋର କୋଟି ଜୁହାର
ଏହା ମୋ ଜନ୍ମଭୂମି
ଦୁଃଖ ସୁଖ ସହି ସହି
ମଣିଷ ଅଭ୍ୟସ୍ତ ହେଲାଣି ଭାଇ
ଏହା ମୋ ଜନ୍ମଭୂମି.....୯
**********************"**"

ପରେଶ କୁମାର ପରୁଆ (ଶିକ୍ଷକ)ନୁଆପଡା
ନି: ସୁଭଦ୍ରା ନିବାସ ବିଶିପାଲି ଜମଲା ବରଗଡ
ମୋ:୭୮୯୪୮୬୦୦୯୩

No comments: