ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଗବେଷିକା ସ୍ୱର୍ଣ୍ଣପ୍ରଭା ଖଟୁଆ , ଯାଜପୁର

:: ବୃକ୍ଷ ମୋର ବନ୍ଧୁ ::

ଭୋକିଲା ପେଟକୁ ଆହର ଦିଏ
ଭଙ୍ଗା କୁଡିଆକୁ ସଜାଇ ଦିଏ
ପଶୁପକ୍ଷୀଙ୍କୁ ସେ କୋଳେଇ ନିଏ
ଜନନୀ ପରିସେ ମମତା ଦିଏ ାା

ଇତିହାସ ଆଉ ଐତିହ କହେ
ତପସ୍ୱୀମାନଙ୍କ ତପସ୍ୟା ପାଇଁ ସେ
ସବୁଜ ବନାନୀ ମେଲାଇ ଦିଏ  ାା

ବ୍ରୁକ୍ଷ ଦେହରସେ କଞ୍ଚା ବକଳ
ଲଜ୍ଜ୍ୟା ନିବାରଣ କରିଲା ଜାଣ
ପୋଷାକ ଆସିଲା ତା ପରେ ପରେ
ବ୍ରୁକ୍ଷ ରହିଗଲା ସଭିଙ୍କ ହ୍ରୁଦେ  ାା

ପଞ୍ଚ ଆତ୍ମାରଯେ ମାନବ ପ୍ରାଣ
ବ୍ରୁକ୍ଷ ବିନା କ୍ଷଣେ ନୁହେଁ ଜୀବନ୍ତ
ଅଙ୍ଗାରକାମ୍ଳକୁ ଗ୍ରହଣ କରି
ଅମ୍ଳଜାନ ବାୟୁ ଦିଏ ସେ ଛାଡି
ରୋଗ ବ୍ୟାଧିରୁ ଯେ ମୁକତି ପାଇଁ
ଚେର ମୂଳିକା ସେ ଦିଏ ସଜାଇ   ାା

ତ୍ରୁଷାର୍ତ୍ତ ମାନବ ସମାଜ ପାଇଁ
ଶୀତଳ ସମୀର ଦିଏ ଖେଳାଇ
ବ୍ରୁକ୍ଷ ଛତ୍ରଛାୟା ତଳେ ମାନବ
ବିଶ୍ରାମ ନିଅଇ ପ୍ରତିଟି କ୍ଷଣ  ାା

ମଣିଷ ତିଆରି ଶିକ୍ଷାନୁଷ୍ଠାନ
ଗଢି ଉଠିଥିଲା ବ୍ରୁକ୍ଷର ମୂଳ
ସତ୍ୟବାଦୀ ତାର ନାମ ଅଟଇ
ପ୍ରକ୍ରୁତି କୋଳରେ ଶିକ୍ଷା ବାଣ୍ଟଇ  ାା

ବକୁଳ ଛୁରିଆନା ମୁକ୍ତ ଆକାଶେ
ଗୁରୁ ଦେଇଗଲେ ମୁକ୍ତି ମନ୍ତ୍ରଯେ
ବ୍ରୁକ୍ଷ ଅଟଇଯେ ପ୍ରକ୍ରୁତ ବନ୍ଧୁ
ତା ବିନା ଜୀବନ ଗଭୀର ସିନ୍ଧୁ   ାା

!!!!!!!!!""""""""!!!!!!!!!!!!!""""""""""!!!
ନାମ -ଗବେଷିକା ସ୍ୱର୍ଣ୍ଣପ୍ରଭା ଖଟୁଆ
ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ,ଦ୍ୱିତୀୟ ପରିସର , କେନ୍ଦୁଝର
(ଯାଜପୁର ,ଚଣ୍ଡୀଖୋଲ )
ଦୂରଭାଷ -୭୭୪୯୮୦୦୨୦୭

No comments: