:: ବୃକ୍ଷ ମୋର ବନ୍ଧୁ ::
ଆସ ରେ ପିଲେ ଆସ
ଲଗେଇବା ଗଛ
ଗଛ ଲଗେଇଲେ ଆମ
ପରିବେଶ ରହିବ ସ୍ୱଚ୍ଛ ।।
ଗଛ ଠାରୁ ଆମେ ପାଉ ଅମ୍ଳଜାନ
ଅଙ୍ଗାରକାମ୍ଳ ଶୋଷି
ଦିଏ ଆମକୁ ଜୀବନ ।।
ଗଛ ଲଗେଇ ଆମେ
ଦେବା ତା ମୂଳେ ପାଣି
ନବା ତାର ଯତନ
ଆମେ ତାହାର ଋଣି ।।
ଖରା,ବରଷା ଦାଉରୁ ରକ୍ଷା କରୁଛି
ତା' ପାଇଁ ଯେ ମଣିଷ
ଜୀବନ ଧରିଛି ।।
ପିଲାମାନେ ଆମେ
ନବା ଗଛର ଯତନ
ତା' ପାଇଁ ଆମେ
ଧରିଛୁ ଜୀବନ ।।
ସଞ୍ଜିତା ଦ୍ୱିବେଦୀ
ଗ୍ରାମ - ଦ୍ୱିବେଦୀ କଲୋନୀ
ପୋ - ପାଲଲହଡ଼ା
ଜିଲ୍ଲା ଅନୁଗୁଳ
ମୋ ୯୩୪୮୦୬୪୭୪୬
No comments:
Post a Comment