*************
କଳା ସଂସ୍କୃତିର
ଦେଶଟି ମୋହର
ଧରଣୀ କୋଳରେ ଉଭା
ଭାସ୍କର୍ଯ୍ୟ ତାହାର
ଶୋଭାରେ ମଣ୍ଡିତ
ଲାଗେ ଭାରି ମନଲୋଭା।।
ତା' ପଦ ଧୌତରେ
ତୃପ୍ତ ହୁଏ ସିନ୍ଧୁ
ଗାଏ ଶତାବ୍ଦୀର ଗୀତ
ପଲ୍ଲୀରୁ ସହର
ସର୍ବ ଜନ ନିତି
ତା' ପ୍ରେମରେ ହୁଏ ପ୍ରୀତ।।
ଆକାଶେ ତାହାର
ତାରାଙ୍କ ରୋଷଣୀ
ଜହ୍ନ ମାମୁଁ ର ହସ
ବୁକୁ ଚିରି ତା'ର
ଅନା ବନା ଫୁଲ
ଭରେ ସବୁଜ ଉଲ୍ଲାସ।।
ତା' ମୁକୁଟ ଶୋଭା
ଗିରିର ଗାରୀମା
ଶତ୍ରୁ ପଥ ରୋଧ କରେ
ତା' ସୀମାରେଖାରେ
ବୀର ଯବାନଙ୍କ
ସମର ସଙ୍ଗୀତ ଝରେ।।
ଇତିହାସ ଯା'ର
ଅତୀତ ବଖାଣେ
ଜନନୀ ଆମର ଏହି
ତାହାରି କୋଳରେ
ରହିଥିବା ଆମେ
ଯୁଗ ଯୁଗ ଭାଇ ହୋଇ।।
ଉନ୍ନତିର ପଥେ
ତା' ପାଦ ଆଗକୁ
ନେବା ଆମେ ସାଥି ହୋଇ
ସର୍ବ ଧର୍ମ ଯା'ର
ଚିତ୍ର ଆଙ୍କୁ ଅଛି
ସେହି ମୋ ଜନମ ଭୂଇଁ।।
*************************
ଅଜୟ କୁମାର ଜେନା
ବଡ଼ରମ୍ପାସ,କେନ୍ଦୁଝର
6372260479
No comments:
Post a Comment