ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ହରିଶ୍ଚନ୍ଦ୍ର ହେମ୍ବ୍ରମ୍ , ମୟୁରଭଞ୍ଜ


★★(ମୋ ଜନ୍ମଭୂମି)★★
ସୁନ୍ଦର ମୋର ଜନମ ଭୂଇଁ
ଧନ୍ୟ ଏଠି ମୁହିଁ ଜନମ ପାଇ ।
ଭାରତ ଭିତରେ ରାଇଜ ଓଡ଼ିଶା
ଭାରି ମଧୁରତା ଓଡିଆ ଭାଷା ।
ମୋ ଜନ୍ମଭୂମି ଯେ ଅଟେ ଉତ୍କଳ
ଭରା ଏଠି ଗିରି ,ବନ ,ତାଳତମାଳ ।
ମୋ ରାଇଜର କେତେ ପାଇକ ପୁଅ
ଛୁଟାଇ ଦେଇଥିଲେ ରକତ ସୁଅ ।
କେତେ ଯେ ବୀର ,ମହାପୁରୁଷ
ନିଜ ଜୀବନକୁ କରିଛନ୍ତି ଝାସ ।
ଏଠି ଅଛନ୍ତି ଜଗତର ନାଥ ଜଗନ୍ନାଥ
କୋଣାର୍କ , ଖଣ୍ଡଗିରି କେତେ ତିରିଥ ।
ଏଠି ଜନମ ପାଇ କରେ ମୁଁ ଗରବ
ସାକ୍ଷୀ ଅଛି ଆମ ବାରବାଟୀ ଦୁରୁଗ ।
ଆମ ସଂସ୍କୃତି ଆମ ପରମ୍ପରା କେତେ ମହାନ
ଓଡ଼ିଶା ମାଟିରେ ହିଁ ଯାଉ ମୋର ବାକି ଜୀବନ ।
ମୋ ରାଇଜେ ବାର ମାସେ ତେର ପରବ
ନାହିଁ ଏଠି କିଛି ଆଉ ତ ଅଭାବ ।
ରହିବା ସଦା ଆମେ ହୋଇ ଭାତୃ- ଭଗିନୀ
ସଭିଏଁ ଗାଇବା ଆସ ବନ୍ଦେ-ଉତ୍କଳ- ଜନନୀ ।
 ନାମ:- ହରିଶ୍ଚନ୍ଦ୍ର ହେମ୍ବ୍ରମ୍

ସା:- ଡିଙ୍ଗିରା ,ପୋ:- ବର୍ତ୍ତନା
ଭାୟା:- ବେତନଟୀ ,ଜିଲ୍ଲା:- ମୟୂରଭଞ୍ଜ
ଭ୍ରାମ୍ୟଭାଷ :- ୭୦୦୮୫୪୮୩୩୭

No comments: