ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ମୃତ୍ୟୁଞ୍ଜୟ ସାହୁ , କଟକ

:: ବୃକ୍ଷ ମୋର ବନ୍ଧୁ ::

ପାହାଡ଼ ପର୍ବତ ଘେରା ଆମ ଦେଶ l
         ଅତି ମନୋହର ଅଟେ ତାର ଦୃଶ୍ୟ ll
କେତେ ଯେ ସମ୍ପତି ଲୁଚି ରହି ଅଛି l
      କଳନା ସତେ ବା କେ କରି ପାରିଛି ll
କଂକ୍ରିଟ ଜଙ୍ଗଲ ସବୁକୁ ତିଆରି l
      ମଣିଷ ଡାକଛି ବିପଦ ତାହାରି ll
ବେଳ ଥାଉ ଥାଉ ହୁଅ ସାବଧାନ l
      ନ ହେଲେ ଭୋଗିବ ଅନେକ କଷଣ ll
ଗଛଲତା ପଶୁପକ୍ଷୀ ପ୍ରାଣୀଙ୍କର l
       ସୁରକ୍ଷା କରିବା ଦାୟିତ୍ୱ ଆମର ll
ସେଥିପାଇଁ ଲୋଡ଼ା ଖାଲି ସଚେତନ l
       ପରିବେଶ ପାଇଁ ବୃକ୍ଷ ହିଁ ଜୀବନ ll
ବୃକ୍ଷ ହିଁ ଜୀବନ ବୃକ୍ଷ ଆମ ପ୍ରାଣ l
        କରିବା ଆଜିଠୁ ବୃକ୍ଷର ରୋପଣ ll
କରିବା ସୁରକ୍ଷା ଆମରି ମାଟିର l
         ରକ୍ଷା କରିବାକୁ ପ୍ରକୃତିର ଭାରି ll
ବିଶ୍ୱ ମାନଚିତ୍ରେ ରଖିବା ତା ନାମ l
         ସବୁଜ ସୁନ୍ଦର ଏ ଓଡିଶା ଆମ ll

ମୃତ୍ୟୁଞ୍ଜୟ ସାହୁ
      ବଡମ୍ବା, କଟକ
     ମୋ:-9090700601

No comments: