:: ବୃକ୍ଷ ମୋର ବନ୍ଧୁ ::
ବିପଦେ ଅପଦେ ସାହା ଯେ ହୁଅଇ,ବନ୍ଧୁ ସେ ଅଟଇ ଏକା।
ସୁଖେ ଥାଏ ପାଖେ,ଦୁଃଖେ ଥାଏ ପାଖେ,ସଙ୍କଟ ରେ କରେ ରକ୍ଷା।
ଏମିତି ବନ୍ଧୁ ଟେ ଏ ଧରା ମଣ୍ଡଳେ ରହିଛନ୍ତି ଜଣେ କେହି।
ସ୍ୱାର୍ଥପର ଏହି ମିଛ ଦୁନିଆଁରେ ସଭିଙ୍କର ବନ୍ଧୁ ସେହି।
କା ସାଥେ କେବେ ସେ ନକରି ଛଳନା, ସାହା ହୁଏ ନିରନ୍ତର।
ସୁଖେ ଦୁଃଖ ସଦା ପାଖେ ଥାଏ ଆମ ନାହିଁ ତାର ପଟାନ୍ତର।
ସାଇଁଙ୍କର ଏହି ଅମୂଲ୍ୟ ଶୃଷ୍ଟି ରେ ପାଳନ କରତା ସାଜି,
ଜଗତ ଯିବ ଙ୍କୁ ପଳୁଥାଏ ନୀତି ଜୀବନକୁ ରଖି ବାଜି।
ପ୍ରଣି ନସା ମୁଖେ ପ୍ରଶ୍ୱାସ ସଂଚାରେ,ଦେଇ ତା ଅମୃତ ବାୟୁ।
ଜଗତ ଜିବଙ୍କୁ ଆହାର ଦିଏ ସେ,ଦିଏ ଫଳ,ଫୁଲ,ମହୁ।
ତାଙ୍କରି ଦୟାରେ ସଂସାର ଚାଲଇ ଋତୁ ହୁଏ ଅତ ଜାତ।
ଖରା ପରେ ହୁଏ ବରଷା,ବସନ୍ତ,ଶରତ, ହେମନ୍ତ, ଶୀତ।
ବସନ,ଭୂଷଣ,ରାସନ, ଇନ୍ଧନ,ମୁଣ୍ଡ ଗେଞ୍ଜିବାକୁ ଚାଳ,,
ବୈରାଗ ବେଳରେ ଔଷଧ ଯୋଗାଇ,ତନୁ ମନେ ଦିଏ ବଳ।
ବରଷା, ଖରା ରେ ଶୀତ, କାକର ରେ ସଭିଙ୍କୁ ଦିଏ ତା ଛାଇ।
ବନ୍ଧୁ ହୋଇ ସଦା ପାଖରେ ଥାଏ ସେ ଆସରା କଷଣ ସହି।
ବନ୍ୟା, ବତାସ ରୁ ଉଦ୍ଧାରେ ଆମକୁ, ଝଡ଼ ଆଗେ ବୁକୁ ପାତି,
ଜଗତ ଜନ ଙ୍କୁ ପାଳୁଥାଏ ସଦା,ବିତରି ଅପାର ପ୍ରୀତି।
ଜନମ କାଳ ରୁ ମଲା କାଳ ଯାଏ ସେବା କରୁଥାଏ ସଦା।
ମରିଗଲା ପରେ ଖଣିଜ ହୋଇଣ ଭୂମି ଗର୍ଭେ ହୁଏ ଗଦା।
କେହି ନୁହେଁ ସେହି ମହାନ୍ ସ୍ୱରୂପ ବୃକ୍ଷ ସେ କରୁଣା ବିନ୍ଦୁ।
ଯୁଗେ ଯୁଗେ ପ୍ରାଣୀ ହିତ ସାଧକ ସେ ଜଗତ ଜନ ଙ୍କ ବନ୍ଧୁ।
ବିଶ୍ଵ ଜିବଙ୍କର ପରମ ବନ୍ଧୁ ସେ ପ୍ରାଣୀ କୂଳ ପ୍ରାଣ
ଦାତା।
ବୃକ୍ଷ ଦେବତା ସେ ଜଗତ ର ବନ୍ଧୁ ,ସେ ଏକା ଜଗତ ଜିତା।
ଜୟନ୍ତୀ ବେହେରା
ମାହାଙ୍ଗା, କଟକ।
ଗୁରୁଛାତ୍ରି
No comments:
Post a Comment