:: ବୃକ୍ଷ ମୋର ବନ୍ଧୁ ::
ସ୍ରଷ୍ଟାଙ୍କ ସୃଷ୍ଟିରେ ଏକ ସୁନ୍ଦର ଉପହାର
ବୃକ୍ଷ ଅଟଇ ଆମ ଜୀବନ
ଅଙ୍ଗାରକାମ୍ଳ ପରି ବିଷ ଶୋଷି ନେଇ
ପ୍ରଦାନ କରେ ଅମ୍ଳଜାନ ।।(୧)
ଖାଦ୍ୟ ଔଷଧ ବାସ ପୋଷାକ ଆଦି
ମନ ଜାଣି ଯୋଗେଇଦିଏ
ବୈଶାଖ ତାତି, ବର୍ଷା ଆଉ ଶୀତ ସହି
ଅନବରତ ସେବା କରୁଥାଏ ।।(୨)
ମାଆ ପରି ଢାଳିଦିଏ ସେନେହ ମମତା
ଅଟେ ଶୀଥିଳତା ତା ଛାଇ
ପଶୁପକ୍ଷୀ ବାସ ପାଇଁ ଦିଅଇ ସାହାରା
ପଥିକ ତା ଛାଇରେ ଯାଏ ଶୋଇ ।।(୩)
ବୃକ୍ଷ ପାଇଁ ହୁଏ ଋତୁଚକ୍ର ପରିବର୍ତନ
ସାକାର ହୁଏ ଚାଷୀ ସପନ
ବୃକ୍ଷ ବିନା ଜଗତର ସୃଷ୍ଟି ନାହିଁ
ଅସମ୍ଭବ ଅଟେ ଜୀବନ ।।(୪)
ଅଙ୍ଗାରକାମ୍ଳ ଶୋଷି ରକ୍ଷା କରେ ସୂର୍ଯ୍ୟଙ୍କର
ଅତି ବାଇଗଣୀ ରଶ୍ମି କବଳରୁ
ବୃକ୍ଷ ବିହୁନେ ହୋଇଥାଏ ଅମ୍ଳ ବର୍ଷା
କଳକାରଖାନା ଓ ମୂର୍ତ୍ତିକା ପ୍ରଦୂଷଣରୁ ।।(୫)
ବରଫ ତରଳେ ଅସହ୍ୟ ତାପମାତ୍ରା ବଢେ
ବୃକ୍ଷ ନାଶ ଯୋଗୁଁ
ବନ୍ୟା ବାତ୍ୟା ଆଉ ମରୁଡି ଭଳି
ପ୍ରାକୃତିକ ବିପର୍ଯୟ ଆମେ ଭୋଗୁ ।।(୬)
ସେଥିପାଇଁ ଆସ ଶପଥ କରିବା
ଗୋଟି ଗୋଟି କରି ଚାରା ରୋପଣ କରିବା
ବୃକ୍ଷ କାଟିବା କଥାକୁ
ମନୁ ପାସୋରି ଦେବା ।।(୭)
ଶସ୍ୟ ସବୁଜିମା ହେବ ମୋ ବନାନୀ
ଦେବ ଆମକୁ ଫୁଲ ଫଳ
ବିଷ ଶୋଷି ନେଇ ଅମ୍ଳଜାନ ଦେବ
ଚାଷ ପାଇଁ ଦେବ ଜଳ ।।(୮)
ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା
ସାଲେପୁର
କଟକ
No comments:
Post a Comment