ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ବେଦବ୍ଯାସ ମେହେର , ବରଗଡ଼


     :: ମୋ ଜନ୍ମଭୂମି ::

ମୁକୁଟ ଯାହାର ହିମାଳୟ ଗିରିବର
ଯା'ର ଚରଣ ଧୋଉଛି ହିନ୍ଦୁ ସାଗର
           ସେଇ ଦେଶ ମୋ ଜନ୍ମ ଭୂମି
ପଶ୍ଚିମେ ଆରବ ପୂର୍ବରେ ବଙ୍ଗୋପ
        ବଢାଉଛନ୍ତି ତାର ଶୋଭାବନୀ
        ସେଇ ଦେଶ ମୋ ଜନ୍ମ ଭୂମି  ।

ଭାରତ ଦେଶର ଓଡିଶା ରାଜ୍ୟରେ
ବରଗଡ ଜିଲ୍ଲା ପଦ୍ମପୁରରେ
            ସେଇ ମାଟି ମୋ ଜନ୍ମ ଭୂମି
ଜନମ ଦେଇଛି ପାଳନ କରୁଛି
               ଖଇରପାଲି ଗାଁ ମାଟି
           ଏଇ ଭୂଇଁ ମୋ ଜନ୍ମ ମାଟି  ।

ଯେଉଁ ଦେଶେ ବହେ ଗଙ୍ଗା ଗୋଦାବରୀ
ଯମୁନା ସରସ୍ବତୀ ସିନ୍ଧୁ କାବେରୀ
           ସେଇ ଦେଶ ମୋ ଜନ୍ମ ଭୂମି
ପବିତ୍ର ଏ ମାଟି ପବିତ୍ର ଏ ଦେଶ
               ପବିତ୍ର ଭାରତ ଭୂମି
        ଏଇ ଭାରତ ମୋ ଜନ୍ମ ଭୂମି  ।

ଯେଉଁ ଦେଶରେ ବହୁଛି ଗଙ୍ଗା
ଯେଉଁ ଦେଶରେ ଉଡୁଛି ତ୍ରିରଙ୍ଗା
           ସେଇ ଦେଶ ମୋ ଜନ୍ମ ମାଟି
ଗାଉଥିବି ମୁହିଁ ଏ ଦେଶ ପାଇଁ
              ଏ ଦେଶର ଜୟ ଗୀତି
         ଏଇ ଦେଶ ମୋ ଜନ୍ମ ମାଟି  ।

ମହାନ୍ ଏଥିର ସଂସ୍କୃତି ପରମ୍ପରା
ରଥଯାତ୍ରା ନୂଆଁଖାଇ ରଜ ଦଶହରା
            ଏଇ ଦେଶ ମୋ ଜନ୍ମ ଭୂମି
ଏ ରାଇଜେ ଜନମ ହୋଇଣ
           ପାଲଇ କେତେ ପର୍ବ ପର୍ବାଣି
          ଏଇ ଦେଶ ମୋ ଜନ୍ମ ଭୂମି  ।

ଯେଉଁ ଦେଶରେ ଜନମିଲେ ଭଗବାନ
ରାମ ପରଶୁରାମ ଶ୍ରୀ କୃଷ୍ଣଙ୍କୁ ଜାଣ
           ସେଇ ଦେଶ ମୋ ଜନ୍ମ ଭୂମି
ଦେଇ ଯାଇଛନ୍ତି ଏ ବିଶ୍ବକୁ
            ସତ୍ୟ ନ୍ୟାୟ ଧର୍ମର ବାଣୀ
          ଏଇ ଦେଶ ମୋ ଜନ୍ମ ଭୂମି  ।

ଯେଉଁ ଦେଶରେ ଥିଲେ ମହାମୁନିଷ
ବ୍ୟାସ ବାଳମିକି ମହାକବି କାଳିଦାସ
           ସେଇ ଦେଶ ମୋ ଜନ୍ମ ଭୂମି
ସେମାନେ ଲେଖିଲେ ଏ ଦେଶ ପାଇଁ
          ଅନେକ ପୁରାଣ ଶାସ୍ତ୍ର ବାଣୀ
          ଏଇ ଦେଶ ମୋ ଜନ୍ମ ଭୂମି  ।

ଏ ଦେଶରେ ଅଛି ବେଦ ଉପନିଷଦ
ରାମାୟଣ ମହାଭାରତ ଆଦି ଗ୍ରନ୍ଥ
            ଏଇ ଦେଶ ମୋ ଜନ୍ମ ଭୂମି
ଏ ଦେଶ ଜଣାଏ ବିଶ୍ବକୁ ଶୁଣାଏ
               ପବିତ୍ର ଗ୍ରନ୍ଥ ଗୀତା ବାଣୀ
          ଏଇ ଦେଶ ମୋ ଜନ୍ମ ଭୂମି  ।

ଥିଲେ ଏଦେଶରେ କେତେ ମହାପୁରୁଷ
ମହାତ୍ମା ଗାନ୍ଧୀ ନେତାଜୀ ସୁବାଷ
           ସେଇ ଦେଶ ମୋ ଜନ୍ମ ଭୂମି
ଏଇ ଦେଶକୁ କଲେ ସ୍ବାଧୀନ
         ଦେଇଣ ସତ୍ୟ ଅହିଂସା ବାଣୀ
          ଏଇ ଦେଶ ମୋ ଜନ୍ମ ଭୂମି  ।

ଏଇ ଦେଶେ ଅଛି ଅନେକ ଧର୍ମ ଭାଷା
ଭିନ୍ନ ଭିନ୍ନ ସଂସ୍କୃତି ପୁଣି ବେଶଭୂଷା
           ଏଇ ଦେଶ ମୋ ଜନ୍ମ ଭୂମି
ଏ ଦେଶ କହେ ଏଦେଶ ଶୁଣାଏ
       ଭିନ୍ନତା ମଧ୍ୟେ ଏକତା ର ବାଣୀ
          ଏଇ ଦେଶ ମୋ ଜନ୍ମ ଭୂମି  ।

କେତେ ପୂଣ୍ୟ ବଳେ ଏଥି ଜନମିଛି
ଭାରତେ ଜନ୍ମି ନିଜକୁ ଧନ୍ଯ ମଣୁଛି
          ଏଇ ଦେଶ ମୋ ଜନ୍ମ ଭୂମି
ଏ ଦେଶର କରୁଥିବି ସେବା
           ବାଧାବିଘ୍ନକୁ ତିଳେ ନ ମାନି
          ଏଇ ଦେଶ ମୋ ଜନ୍ମ ଭୂମି  ।

ଜନମଭୂମି ଠାରୁ ନାହିଁ କେହି ବଡ
ଜନନୀ ଜନ୍ମ ଭୂମି ସରଗଠୁ ବଡ
             ଏଇ ଦେଶ ମୋ ଜନ୍ମ ଭୂମି
ଏଇଠି ଜୀଇଁବି ଏଇଠି ମରିବି
              ମୋ ଦେଶକୁ ଛାଡିଯିବିନି
          ଏଇ ଦେଶ ମୋ ଜନ୍ମ ଭୂମି  ।


ଓଡିଶା ରାଇଜ ବରଗଡ଼ ଜିଲ୍ଲା
ଖଇରପାଲି ମୋ ଗ୍ରାମ
ଭୂଗୋଳରେ ପଛେ ନଥାଏ ତାର ନାଁ
ଏଇ ଗାଁ ରେ ମୋ ଜନମ  ।

ଓଡିଶା ରାଇଜ ସବୁଠି ପ୍ରସିଦ୍ଧ
ବିଶ୍ବରେ ନାଆଁ ରଖିଛି
ତାହାରି ଭୂମିରେ ଜନମ ହୋଇ ମୁଁ
ନିଜକୁ ଧନ୍ଯ ମଣୁଛି  

ଯେଉଁଠି ଅଛନ୍ତି କାଳିଆ ଠାକୁର
ଓଡିଆ ମଉଡମଣି
ସେଇ ରାଇଜରେ ଜନମ ମୋହର
ଏଇତ ମୋ ଜନ୍ମ ଭୂମି  ।

ଶୁଣାଇଛି ଦିନେ ଏଇ ମାଟି ମୋର
କଳିଙ୍ଗ ଯୁଦ୍ଧର ବାଣୀ
ଚଣ୍ଡାଶୋକ ଏଥି  ଧର୍ମାଶୋକ ହେଲେ
ଏଇତ ମୋ ଜନ୍ମ ଭୂମି  ।

କେଡେଯେ ସୁନ୍ଦର ଲାଗୁଥାଏ ମତେ
ମୋ ଓଡିଶୀ ଚମ୍ପୁ ଛାନ୍ଦ
ବଡ ଦେଉଳରେ ଜଗନ୍ନାଥ ପାଶେ
ବାଜଇ ଗୀତ ଗୋବିନ୍ଦ  ।

ମୋ ଜନ୍ମଭୂମିର କଳା କୀର୍ତ୍ତି ଦେଖି
ବିଶ୍ବ ହୁଅଇ ଚକିତ
ଏହାର ପ୍ରମାଣ କୋଣାର୍କ ମନ୍ଦିର
ହୋଇଛି ବିଶ୍ବ ବିଖ୍ୟାତ  ।

ବକ୍ସି ଜଗବନ୍ଧୁ ଜୟୀ ରାଜଗୁରୁ
ନେତାଜୀ ଉତ୍କଳମଣୀ
ଓଡିଶା ସ୍ବାଧୀନ ପାଇଁକି ଲଢିଲେ
ଏଇତ ମୋ ଜନ୍ମ ଭୂମି  ।

ଏ ମାଟିରେ ଜନ୍ମି ପଠଣୀ ସାମନ୍ତ
ଥିଲେ ଦିନେ ତାରା ଗଣି
ମଧୁବାବୁ ନାମେ ଡରୁଥିଲେ ଗୋରା
ଏଇତ ମୋ ଜନ୍ମ ଭୂମି  ।

ସାରଳା ଉପେନ୍ଦ୍ର ପଞ୍ଚସଖା ଆଦି
ଏଇ ମାଟିରେ ଜନମି
ଓଡିଆ ଭାଷାକୁ ବଞ୍ଚାଇ ରଖିଲେ
ଏଇତ ମୋ ଜନ୍ମ ଭୂମି  ।

କୁଆଁର ପୂନେଇଁ  ରଜ ନୂଆଁଖାଇ
ରଥଯାତ୍ରା ହୋଲି ପୁଣି
ବାରମାସେ ତେର ପରବ ଯେଉଁଠି
ଏଇତ ମୋ ଜନ୍ମ ଭୂମି  ।

ଜନ୍ମ ଭୂମି ମାଟି ମୋ ପାଇଁ ଚନ୍ଦନ
ଏଥିରୁ କିଏ ବା ବଡ
ଏଇ ମୋ ଜନନୀ ଜନ୍ମଭୂମି ପୁଣି
ଅଟେ ସରଗଠୁ ବଡ  ।

ଯେଉଁ ଭୂମି ପରେ ଜନମି ଖେଳିଛି
ଯେଉଠି ବଢୁଛି ପୁଣି
ସେଇଠି ଜୀଇବି ସେଇଠି ମରିବି
ସେହି ତ ମୋ ଜନ୍ମ ଭୂମି  ।


ବେଦବ୍ଯାସ ମେହେର 
ଗ୍ରାମ:- ଖଇରପାଲି
ଥାନା:-ପଦ୍ମପୁର, ଜିଲ୍ଲା:- ବରଗଡ଼ 
ମୋ:-9938339029

No comments: