ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ପ୍ରତାପ ଚନ୍ଦ୍ର ପ୍ରଧାନ , ପୁରୀ

 ** " ବୃକ୍ଷ ମୋର ବନ୍ଧୁ   " **

ବୃକ୍ଷ ପରା ଅଟେ ବନ୍ଧୁ ଆମର,
ଯତନ କରିବା ଆମେ ତାହାର ।୧।
ଦେବାଟା ଜାଣେ ସେ ଜୀବନସାରା,
ହଉ ଶୀତ ବର୍ଷା ବୈଶାଖୀ ଖରା ।୨।
ତାର ଫୁଲ ଫଳ କାଠ ପତର,
କେତେ କାମରେ ସେ ଆସେ ଆମର ।୩।
ତାହାରି କାଠରୁ କେତେ ଜିନିଷ,
ତିଆରି କରଉ ଆମେ ଅବଶ୍ଯ ।୪।
ତା ଦେହର ଛେଲି ଚେର ପତର,
ରୋଗ ଭଲକରେ କେତେ ଆମର ।୫।
କେତେ ଦରକାରି ପଦାର୍ଥ ଦିଏ,
ପକ୍ଷୀ ବସା ବାନ୍ଧି ତା ପାଖେ ଥାଏ ।୬।
ମନୁଷ୍ଯ କାଟଇ ଏଇ ଗଛକୁ,
ଭାବେ ନାହିଁ ତାର ପୁର୍ବ କଥାକୁ ।୭।
ଦିନ ଥିଲା ଯେବେ ତାର ମୂଳରେ,
ପାଠ ପଢୁଥିଲୁ ସାଙ୍ଗ ମେଳରେ ।୮।
ଟାଣ ଖରାବେଳେ ଆଶ୍ରୟ ନେଉ,
କେବେ ରାତିଦିନ ତା କୋଳେ ଶୋଉ ।୯।
ନାହିଁ ଯାର ଘର ଚାଳ ଛପର,
ଶାନ୍ତିରେ ଶୁଏ ସେ ଗଛ ମୂଳର ।୧୦।
ଆମେ ସବୁ ଆଜି ଶପଥ ନେବା,
ମିଳିମିଶି ଗଛ ଟେ ଲଗାଇବା ।୧୧।
ଗଛ ଯୋଗୁଁ ପାଉ ଅମଳଜାନ ,
ଯା ପାଇଁ ବଞ୍ଚିଛି ଆମ ଜୀବନ ।୧୨।
ଜନ୍ମଦିନ ବ୍ରତ ଓ ବାହାଘର,
ଗଛଟେ ଲଗାଇ ପାଳନ କର ।୧୩।
ସବୁଜ ଦିଶିବ ଧରଣୀ ରାଣୀ,
ସୁସ୍ଥରେ ରହିବା ମନରେ ଜାଣି ।୧୪।
ଜନ୍ମଠାରୁ ମୃତ୍ୟୁ ଆମ ସହିତ,
ସିଏ ଆମ ବନ୍ଧୁ ଆମରି ମିତ ।୧୫।

                
                      ***
       ପ୍ରତାପ ଚନ୍ଦ୍ର ପ୍ରଧାନ
    ଆଳିପଡା,କଣାସ, ପୁରୀ, ୭୫୨୦୧୯

No comments: