:: ବୃକ୍ଷ ମୋର ବନ୍ଧୁ ::
କଥା ଟିଏ କାହୁଁ କଥା ଟିଏ
ଜ୍ଞାନ ମରମର କଥା ଟିଏ,
ଆସ ଲଗେଇବା ଗଛ,
ପରିବେଶ ଆମ ନିର୍ମଳ କରିବା
ଆଜି କରିବା ଶପଥ....
ଗଛ ଦେଇଥାଏ ଆମକୁ ଘର ଟେ
ଗଛ ଦିଏ ପୁଣି ଖାଦ୍ୟ
ଗଛ ଦିଏ ପୁଣି ଶୋଇବା ପାଇଁକି
ଖଟ ପଲଙ୍କ ଓ ଶେଯ ।
ଗଛଟିଏ ଦିଏ ନିଶ୍ୱାସ ପ୍ରଶ୍ୱାସ
ଗଛ ଦିଏ ପୁଣି ପାଣି
ସେଇ କରେ ଖରା ତାତିରୁବି ରକ୍ଷା
ତା ବାହୁର ଛାଇ ବୁଣି ।
ଗଛଟିଏ ଦିଏ ଔଷଧ ଆମକୁ
ରୋଗରୁ ଦିଅଇ ମୁକ୍ତି
ନାନା ଜାତି ରଙ୍ଗ ଫୁଲରେ ଦିଅଇ
ଅମୃତ ର ସୁଧା ବାଣ୍ଟି ।
ଗଛ ଦିଏ ଘର ଆସବାବ ସବୁ
ସେ ଦେଇଥାଏ ଜାଳେଣି
ଶେଷ ଜୀବନରେ ଗଛ ଟିଏ ଲୋଡ଼ା
ତା ବିନା ପଡଇ ଭାଲେଣି ।
ଆସ ଆମେ ମିଶି ଗଛ ଲଗେଇବା
ପୃଥିବୀ କରି ସବୁଜ
ଗଛ କାଟିବୁନି କେବେହେଲେ ଆମେ
ଏଇ ରହିଲା ଶପଥ ।
ରଶ୍ମିତା ଦାସ
ସାଦ ନଗର,ହାଇଦ୍ରାବାଦ ।






No comments:
Post a Comment