:: ବୃକ୍ଷ ମୋର ବନ୍ଧୁ ::
ଆସରେ ପିଲାଏ
ଗଛ ଲଗାଇବା
ଗଛ ପରା ଆମ ବନ୍ଧୁ,
ଜୀବ ଜଗତର
ପାଳନ କରତା
ସିଏ ପରା କୃପାସିନ୍ଧ।
ଗଛ ଦେଇଥାଏ
ନାନା ରଙ୍ଗେ ଫୁଲ
କେତେ ଖଟା ମିଠା ଫଳ,
ପାଠ ପାଇଁ ସିଏ
ଯୋଗାଏ କାଗଜ
ରୋଷେଇକୁ ଦିଏ ଜାଳ।
ବିଷ ପିଇ ନିଜେ
ଦିଏ ସେ ଅମୃତ
ମୁକ୍ତ କରେ ପ୍ରଦୂଷଣ,
ଖରାବେଳେ ଛାଇ
ବାଟୋଇ କୁ ଦେଇ
ଦୂର କରେ ତା' କଷଣ।
ସଭ୍ୟତା ନାମରେ
ଗଛ କାଟି ଆମେ
ହେଉଛନ୍ତି ଏବେ ଗେଲ,
କେବେ ଯେ ଚିହ୍ନିବା
ପ୍ରକୃତ ବନ୍ଧୁକୁ
ଗଡି ଯାଇଥିବ ବେଳ।
ଆସ ଆଜି ଆମେ
କରିବା ଶପଥ
ଗଛ ଲଗାଇବା ପାଇଁ,
ଅନ୍ୟଥା ହୋଇଲେ
ଜୀବନ ଅନ୍ଧାର
ଭବିଷ୍ୟତ କାଳ ପାଇଁ।
ରଂଜନ ମିଶ୍ର
ପୀରହାଟ ବଜାର,ଭଦ୍ରକ
Mob - 9437697292






No comments:
Post a Comment