॥ ମାଟି ର ମୋହ ॥
ଜନ୍ମଭୂମି ! ସଦା କାଳେ
ନିଜର ନିଜର ।
ତା' ମାଟି ରେ ଚନ୍ଦନ ର ବାସ୍ନା
ମହକ ର ପୁଲକ ରେ
ମୁଁ ସବୁ ବେଳେ ବନ୍ଧା ॥
ଅଧିର ତୋ ପରଶ ପାଇଁ
ତୋ ପଣତ ର ଛୁଆଁ ପାଇଁ
ଜନନୀ ତୁ ମୋର
ମୋ ଜନ୍ମଭୂମି ।
ପ୍ରଶ୍ୱାସ ପାଇଚି ମୁଁ
ତୋ ଠାରୁ
କିଚିରି ମିଚିରି ରେ ଭରା
ମୋ ହୃଦୟ !
ସତରେ ମୋ ଜନ୍ମଭୂମି
କେତେ ପ୍ରିୟ !
_____________
ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
କୋଲନରା ,ରାୟଗଡ଼ା ଜିଲ୍ଲା
ମୋ_୮୯୧୭୩୨୪୫୨୫
ମାଟି ର ମୋହ - ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ , ରାୟଗଡ଼ା

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment