ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଦେବଦତ୍ତ ପ୍ରଧାନ ,ପୁରୀ

:: ମୋ ଜନମ ଭୂଇଁ ::

ତୁ ଏଇଠି
       ମୁଁ ଏଇଠି
ଏଇ ମୋ ସରଗ ମାଟି
ଏଇ ମୋ ଜନମ ମାଟି
ତାହାରି କୋଳେ ଜନମି ଆମେ
ବଢିଛେ ତତାଇ ପିଠି ।।
ସାତ ସିନ୍ଧୁ ତେର ନଇ
       ଯାହାର ଚରଣ ଧୁଏ
ହିମାଳୟ ଦେବାଳୟ
   ଯାହାର ବନ୍ଦନା ଗାଏ
ସୀତୟା ନାରୀ ଯା ସେବା କାରି
କମଳିନୀ ଆମ ପାଣ୍ଠି ।।
ଚାରୁ କଳା କାରୁକଳା
ଯାହାର ଅବଗୁଣ୍ଠନ
ଚାରିଧାମ ଚାରିଖାନୀ
ତାହାରି ଅବଲୁଣ୍ଠନ
ବଇରୀ ରକ୍ତେ ଭିଜାଇ ମଥା
ଉଡାଉ ତ୍ରିରଙ୍ଗା ଲାଠି ।।
ଗଉତମ ଅଭିରାମ
ବଳରାମ ଶ୍ରୀଅଚ୍ୟୁତ
ଅନନ୍ତ ସେ ଯଶୋବନ୍ତ
ଜଗନ୍ନାଥ ସୁଧାସୁତ
ଚଉବର୍ଗ ଦାନୀ ମହା ବିଜ୍ଞାନୀ
ଖୋଲିଲେ ମୁକତି କୋଠି ।।
କବି କୂଳ ରବି ଇନ୍ଦ୍ର
ବଳ ଦେବ ଉପଇନ୍ଦ୍ର
ଦୀନକୃଷ୍ଣ ବନମାଳୀ
ରଚିଲେ ଓଡିଆ ଛାନ୍ଦ
ଜନମ ମାଟି ଓଡିଆ ଖାଣ୍ଟି
ଖୋଲିଲେ ଭାଷାର କୋଷ୍ଠି ।।
ନରରୂପେ ଅବତରୀ
ମୋ ମା' କୋଳ ଗଲା ପୁରି
ବୀରାଙ୍ଗନା ପ୍ରସବିନୀ
ବନ୍ଦେ ଉତ୍କଳ ଜନନୀ
ପବିତ୍ର ଭୂଇଁ ଭାରତ ମାଟି
ଚାଣକ୍ୟ ଆମରି ଗୋଷ୍ଠୀ ।।
ଯଦାଯଦାଧର୍ମ ବାଣୀ
ବିଶ୍ବବାସୀ ବାଇ ପୁଣି
ନରନାରାୟଣ ସେବା
ଦେଖି କେ ନୋହିବ ଲୋଭା
ଆମେ ବଢ଼ିଆ ଭାଷା ଓଡିଆ
କାଳିଆ ଆମ ବଇଠି ।।
ବାରମାସେ ତେର ଓଷା
ରସାବଳୀ ମାତୃଭାଷା
ପିଠାପଣା ମଠାଲୁଗା
ଗଜପତି ଅନୁରାଗା
ଜନମ ଏଇଠି ମରଣ ଏଇଠି
ଏଇ ମୋ ପବିତ୍ର ମାଟି ।।

କବି ଦେବଦତ୍ତ ପ୍ରଧାନ
ସା-ରଘୁରାଜପୁର, ଚନ୍ଦନପୁର, ପୁରୀ
ମୋବାଇଲ ନଂ 9938636440.

No comments: