ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ପି . ପୁରବୀ ମହାନ୍ତି , ସୁନ୍ଦରଗଡ଼

:: ବୃକ୍ଷ ମୋର ବନ୍ଧୁ ::
ବନ୍ଧୁ ଯେ ଅଟେ ସାକ୍ଷର ଆମ
ବିପଦେ ଆପଦେ ପାଖେ ସେ ଛିଡା
ମଣିଷ କି ପଶୁ ସଭିଙ୍କୁ ଲୋଡା
ବନ୍ଧୁଟିଏ ସଦା ପାଖରେ ଯୋଡ଼ା ।
ବୃକ୍ଷ କୁ ଯଦି ବିଚାରି ଯିବା
କେତେ କଣ ତାର ଉପଯୋଗିତା ।
ମଣିଷ ହେଉ କି ପଶୁ ଯେ ପକ୍ଷୀ
ସଭିଙ୍କ ପାଇଁ ସହାୟ ଅଛି ।
ସ୍ବାର୍ଥ କୁ ଛାଡ଼ି ଦିଏ ସେ ଭରି
ଜନ ଜୀବନେ ହୁଏ ସେ ଗଣି ।
ପ୍ରତିବଦଳେ ଲୋଡ଼େ ନା କିଛି
ହୁଏ ସେ କଟା ସ୍ବାର୍ଥ କୁ ଦେଖି ।
ଫଳ କୁ ଦିଏ ପେଟ ସେ ଭରେ
ବାଟୋଇ ପାଇଁ ଆଶ୍ରୟ କରେ ।
କେତେ ଯିବ ଜନ୍ତୁ ଫଳ ତା ଖାଇ
କରନ୍ତି ଶ୍ରୀହୀନ ବିନା ବିଚାରୀ ।
ସୁଗନ୍ଧିତ ପୁଷ୍ପ ବରଷା କରେ
ଚତୁର୍ଦ୍ଦିଗ କୁ ସୁବାସ ଦିଏ ।
ରଙ୍ଗହିନ ରେ ରଙ୍ଗ ସେ ଭରେ
ଧରଣୀ ଶୋଭେ ତା ସ୍ଥିତି ରେ ଯରେ
ଫୁଲ ରୁ ମଧୁ ଗ୍ରହଣ କରି
ମହୁମାଛି ର ଜୀବନ ଫୁଲେ ।
ଡାଳ ତା ଦିଏ ଗୃହ ନିର୍ମାଣେ
କଟା ହୋଇଯାଏ ପ୍ରତି ସରଣେ ।
ମାଟି କୁ ଧରେ ଜାବୁଡ଼ି ହୋଇ
କ୍ଷୟ କୁ ରୋକେ ଜୀବିତ ରହି ।
ମାଆ ଆମକୁ ଜନମ ଦିଏ
ବୃକ୍ଷ ର କୋଳେ ସଂସାର ହୁଏ ।
ଆଜିର ମାନବ ନଷ୍ଟ କରୁଛି
ସ୍ବାର୍ଥ ପାଇଁ ଆଜି ବଳି ଦେଉଛି।
ଗଛ କୁ କାଟି ନଷ୍ଟ କରୁଛି
ପରିବେଶ ଆଜି ଶେଷ ହୋଇଛି ।
ଅମ୍ଳଜାନ ଦେଇ ପ୍ରାଣ ଯେ ଭରେ
ତାକୁ ଆଜି ସର୍ବେ ଜାଳି ସେ ଦିଏ ।
ଉପକାରୀ ବନ୍ଧୁ ସଭିଙ୍କ ଆମ
ଦରଦୀ ସେ ତ ଆମରି ପ୍ରାଣ ।
ବନ୍ଧୁ ପରି ବନ୍ଧୁ ତା ପରି କାହିଁ
ପ୍ରତିବଦଳେ ସେ ଆଶା କରେନି ।
ଆରୋଗ୍ୟ କରେ ଗଛ ଆମରି
କେତେ ଔଷଧୀୟ ଗୁଣେ ସେ ଭରି ।
ବୃକ୍ଷ ପରି ବନ୍ଧୁ କାହୁଁ ମିଳିବ
ଧନ୍ୟ ସେ ଧରା ତାକୁ ଧରିଣ ।

ନାମ  : ପି . ପୁରବୀ ମହାନ୍ତି
ଠିକଣା - ବଣାଇଗଡ଼ , ସୁନ୍ଦରଗଡ଼
**************************

No comments: