* ବୃକ୍ଷ ମୋର ବନ୍ଧୁ *
ପରୋପକାର ରେ ଜନମ ତାହର
ବିନା ସ୍ବାର୍ଥ କରେ ତ୍ୟାଗ ।
କରେ ନାହିଁ କିଛି ଆମ ଠାରୁ ଆଶା
ମାଗେ ନାହିଁ କେବେ ଭାଗ ।।
ଜନମ ରୁ ମୃତ୍ୟୁ ବିନା ସ୍ୱାର୍ଥରେ
ଦେଇ ଚାଲେ ସିଏ ସେବା ।
ତା ତ୍ୟାଗ ର ମୂଲ୍ୟ ଏହି ସମାଜରେ
ବୁଝିଛି କିଏସେ ଅବା ।।
କେବେ ସେ ସାଜଇ ଅନ୍ନ ଦାତା ପୁଣି
ପ୍ରାଣୀଙ୍କୁ ଆହାର ଦେଇ ।
ଖରା ବେଳେ ପୁଣି ନିରାଶ ପଥିକ ଙ୍କୁ
ଯୋଗେଇ ଦିଏ ସେ ଛାଇ ।।
ଅମ୍ଳଜାନ ରୂପେ ଜୀବନ ଦେଇ ସେ
ଈଶ୍ୱର ପାଲଟି ଯାଏ ।
କାଠ ଦେବକହି କଠୁରିଆକୁ ସେ
ଅଙ୍ଗ ତାର ଦେଇ ଦିଏ ।।
କେବେ ରୋଗୀ ପାଇଁ ଆଶା ଟିଏ ସଜେ
ଔଷଧ ଯୋଗାଇ ଦେଇ ।
ଚାଷୀଙ୍କର ସ୍ବପ୍ନ ସତ ହୁଏ ପୁଣି
ବର୍ଷା ହୁଏ ତା ପାଇଁ ।।
ଜନମରୁ ମୃତ୍ୟୁ ସାଙ୍ଗରେ ସେ ଥାଏ
ଏମିତିକା ବନ୍ଧୁ ଟିଏ ।
ବଞ୍ଚିବା ପାଇଁ ଯାହା ଆବଶ୍ୟକ
ସବୁ ସେ ଯୋଗାଇ ଦିଏ ।।
ବୃଦ୍ଧ କାଳେ ସିଏ ଆସାବାଡି ହୋଇ
ଆମକୁ ସାହାରା ଦିଏ ।
ମଲା ଯାଏଁ କେବେ ହାତ ଛାଡେ ନାହିଁ
ଏମିତିକା ବନ୍ଧୁ ସିଏ ।।
ଯୋଗାଇ ଦିଏ ସେ ପକ୍ଷୀ ପାଇଁ ବାସ
ଆଶ୍ରୟ ସ୍ଥଳୀ ଟେ ହୋଇ ।
ସ୍ବାର୍ଥ ସମାଜରେ ନିଃସ୍ୱାର୍ଥ ବନ୍ଧୁ ସେ
ତା ପରି କେହି ନାହିଁ ।।
ରୁଣୀ ଅଟେ ମୁହିଁ ତା ବନ୍ଧୁତା ପାଖେ
ଦେଇ ପାରିବିନି ସୁଝ ।
ଏ ସ୍ବାର୍ଥ ସମାଜେ ଭାରି ବିଶ୍ଵସ୍ଥ
ଅଟେ ମୋର ବନ୍ଧୁ ଗଛ ।।
ରୂପାଲି ପ୍ରିୟଦର୍ଶିନୀ ସାମନ୍ତରାୟ
ଆଇନ୍ ଛାତ୍ରୀ
mo-୮୨୪୯୦୨୯୮୨୭
ପୁରୀ
No comments:
Post a Comment