:: ବୃକ୍ଷ ମୋର ବନ୍ଧୁ ::
ବିପଦେ ଆପଦେ ସାହା ଯେ ହୁଅଇ
ସେ ପରା ପ୍ରକୃତ ବନ୍ଧୁ
ବୃକ୍ଷ ଠାରୁ ବଡ ବନ୍ଧୁଟିଏ ନାହିଁ
ଉପକାରେ ସିଏ ସିନ୍ଧୁ l
ଘର ବାଡ଼ି ଠାରୁ ଆସବାବପତ୍ର
ସବୁ ତ ତାହାର ଦାନ
ଏଭଳି ବନ୍ଧୁଟେ ପାଇଛି ମୁହିଁ
କେତେ ଜନମର ପୂଣ୍ୟ l
ପତ୍ର, ପୁଷ୍ପ, ଫଳ ତାର ସବୁ ଦରକାରୀ
ତା ଚେରମୂଳି ରୁ ହୁଏ ଔଷଧ ତିଆରି
ବ୍ୟାଧି ରୂପି ବୈରୀକୁ ଦିଏ ସେ ଦୂରେଇ
ଏଭଳି ନିଆରା ବନ୍ଧୁ ଅଟେ ଯେ ମୋହରି l
ଖାଦ୍ୟ ଦିଏ ବସ୍ତ୍ର ପୁଣି ଦିଏ ବାସଗୃହ
ତା ପରି ବନ୍ଧୁଟିଏ ପାଇବିକି କୁହ
ପ୍ରାକୃତିକ ଦୁର୍ବିପାକୁ କରେ ସେ ରକ୍ଷା
ସବୁ ବିପତ୍ତିରୁ ଦିଏ ଯେ ସୁରକ୍ଷା l
ହଳାହଳ ବିଷ ପିଇ ସାଜେ ନୀଳକଣ୍ଠ
ଅଙ୍ଗାରକାମ୍ଳକୁ ପାନ କରେ ସେ ଆକଣ୍ଠ
ଅମୃତ ରୂପରେ ଦିଏ ମତେ ଅମ୍ଳଜାନ
ତା ପାଇଁ ମୋର ଏ ଅମୂଲ୍ୟ ଜୀବନ l
ପକ୍ଷୀଟିଏ ନୀଡ ବାନ୍ଧେ ତାରି ଡାଳରେ
ପଥିକଟି ଆଶ୍ରା ନିଏ ତାରି ମୂଳରେ
କେବେ ପୁଣି ପୂଜା ପାଏ ସେ ଦାରୁ ରୂପରେ
ସେ ପରା ଅଟେ ବୃକ୍ଷ ମୋ ବନ୍ଧୁରେ l
ମୃତ୍ତିକାକୁ ବାନ୍ଧି ରଖି କରେ ସଂରକ୍ଷଣ
ବାୟୁମଣ୍ଡଳୁ ଦୂର କରେ ପ୍ରଦୂଷଣ
ଧ୍ବଂସ କରି ଦେବିନି ତାକୁ ମୁଁ କଷଣ
ମୋର ଏ ଜୀବନ ଅଟେ ପରା ତାର ଦାନ l
ଜୀବ ଥିବା ଯାଏ କରେ ବହୁ ଉପକାର
ମୃତ୍ୟୁ ତାର ନଯାଏ ବେକାର
ତା ଅବଶେଷ ଲାଗେ ଯେ କାମରେ
ଜାଳେଣି ଭାବେ ଆମେ କରୁ ବ୍ୟବହାର l
ତା'ର ସୁରକ୍ଷା ପାଇଁ ଦେବା ଯେ ଧ୍ୟାନ
ସୃଷ୍ଟି କରିବା ଜଙ୍ଗଲ କରି ବନୀକରଣ
ଧ୍ବଂସ ନକରିବା ତାକୁ ବିନା କାରଣେ
ନହେଲେ ବିଲୟ ହେବା ଆମେ ଅକାରଣେ l
ଏନ୍ତୁଡ଼ି ଶାଳରୁ ଜୁଇ ଚିତା ଯାଏ
ରହିଥାଏ ସିଏ ପାଖରେ
ତା ଠାରୁ ଭଲ ବନ୍ଧୁଟିଏ
ପାଇବିକି ଏ ଜୀବନରେ l
ଆଦ୍ୟାଶା ନନ୍ଦ
ଭୁବନେଶ୍ୱର
No comments:
Post a Comment