ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଆଶୁତୋଷ ମିଶ୍ର , କେନ୍ଦ୍ରାପଡ଼ା

       :: ବୃକ୍ଷ ମୋର ବନ୍ଧୁ ::

ତା'ର ଛାଇତଳେ ବହିନେଇ ମୁଁ ନିତି ପଢେ।
ଆଜି ବି ସେ ମନେପଡେ।

ପିଲାଟି ବେଳେ ଖେଳୁଥିଲି ମୁହିଁ ତା'ରିତଳେ।
କେତେ ନାନାପ୍ରକାର ଖେଳ।

ବଡ ହେଲେ ବିତ ମନେ ଆଜି ପଡେ।
ସେଇ ମୋର ପିଲାବେଳ।

ପ୍ରକୃତରେ ଆମ ଦୁଃଖ ଓ ସୁଖର ସାଥି ସିଏ।
ବୃକ୍ଷ ମୋର ବନ୍ଧୁଟିଏ।

କେତେ ଦେଖିଛି ସେ ଯାନିଯାତ୍ରା ,ବାହାଘର।
ପୁଣି ପୁରୁବପୁରୁଷ ଆମର।

ସେ ତ  ଆନନ୍ଦ  ମନରେ ପ୍ରତି ଦିବସରେ।
ସେ ଆମପାଇଁ ଖଟୁଥାଏ।

ଫଳ,ଫୁଲ,କାଠ ହସିହସି ଅଜାଡି ଦିଏ।
ଅମ୍ଳଜାନ ପୁଣି ଦିଏ।

ପ୍ରକୃତରେ ଆମ ଦୁଃଖ ଓ  ସୁଖର ସାଥିଟିଏ।
ବୃକ୍ଷ ମୋର ବନ୍ଧୁଟିଏ।

ଯେତେ ଦୂରେ ଥାଏଁ AC  ଘରରେ ବି ମୁହିଁ।
ତା' ପବନ ଝୁରୁ ଥାଏ ।

ଏନ୍ତୁଡି ଶାଳରୁ ଠାରୁ ମଶାଣୀର ଯୁଇ ଯାଏଁ।
କାଠ ସେ ଯୋଗାଇ ଦିଏ।

ଝଡ ପବନକୁ ଖାତିରି ନକରି ସେ'ନିତି ଲଢୁଥାଏ।
ଜୀବନର ପଥପ୍ରଦର୍ଶକ ସିଏ।

ପ୍ରକୃତରେ ଆମ ଦୁଃଖ ଓ ସୁଖର ସାଥିଟିଏ।
ବୃକ୍ଷ ମୋର ବନ୍ଧୁଟିଏ।

ଆଶୁତୋଷ ମିଶ୍ର
ପାଟଳିପଙ୍କ,କେନ୍ଦ୍ରାପଡା
୬୦୦୬୨୭୫୭୨୫

No comments: