:: ବୃକ୍ଷ ମୋର ବନ୍ଧୁ ::
ସାରା ଜଗତେ ଖୋଜିଲି ମୁହିଁ
ଗଛ ପରି ବନ୍ଧୁଟିଏ ପାଇଲି ନାହିଁ l
ଗଛ ଯୋଗୁଁ ବର୍ଷା ହୁଏ ମିଳେ ଅମ୍ଳଜାନ
ସେହି ଅମ୍ଳଜାନ ଯୋଗୁଁ ବଞ୍ଚେ ଜୀବନ l
ଗଛ ଯୋଗୁଁ ଚାଷୀ ଭାଇ ଫସଲ ଫଳାଏ
ସାରା ଜଗତକୁ ତେଣୁ ଆହାର ଯୋଗାଏ l
ଜଙ୍ଗଲରୁ ଆଉ କାଟିବାନି ଗଛ
ଏଇ ଶପଥ ଟି ନେବା ଭାଇ ଭଉଣୀ ଆସ l
ଅଯଥାରେ ଗଛ କେବେ କାଟିବା ନାହିଁ
ଜଙ୍ଗଲର ଯତ୍ନ ନେବା ପରିବେଶ ପାଇଁ l
ଗଛ ବିନା ଜୀବଜଗତ ତୁଚ୍ଛା
କଥାଟି ସଭିଏଁ ରଖିବା ମନେ l
ଗଛ ପରି ବନ୍ଧୁଟିଏ ନାହିଁ ସଂସାରେ
ଫୁଲ ଫଳ ଅମ୍ଳଜାନ ସବୁ ଦିଏ ସିଏରେ l
ମନେପଡେ ଆଜି ସେ କବିତା
ଗଛ ଆଉ କାଠୁରିଆ କଥା l
ରହ ଆରେ କାଠୁରିଆ ନପକାଅ ହାଣି
ଶୁଣ କାନ ଡେରି ଥରେ ଏ ଗଛ କାହାଣୀ l
ଆସ ବନ୍ଧୁ ଆସ ଆସିଛି ସମୟ
ଖାଲି ଜାଗା ଦେଖି ଲଗାଇବା ଗଛ l
ଦୀପକ ନାୟକ
ଯାଜପୁର
No comments:
Post a Comment