ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଅମୃତାଂଶୁ ଦ୍ୱିବେଦୀ , କେନ୍ଦ୍ରାପଡ଼ା

   :: ବୃକ୍ଷ ମୋର ବନ୍ଧୁ ::
************************************
ଶୈବାଳରୁ  କ୍ରମେ କ୍ରମେ  ବୃକ୍ଷ ହୁଏ ସୃଷ୍ଟି, 
ତା'ପାଇଁ ଜୀବଜଗତ ରହିଅଛି ତିଷ୍ଠି।(୧)
ମନୁଷ୍ଯର ଆବଶ୍ଯକ କରଇ ପୂରଣ,
ଜୀବଜଗତ ନସୁଜିବ କେବେ ତା' ଅମାପ ଋଣ।(୨)
ସୂର୍ଯ୍ୟକିରଣରେ ବିତରଣ କରେ ଅମୃତ ସମାନ ଅମ୍ଳଜାନ,
ସକଳ ପ୍ରାଣୀ ଲାଭ କରି ହୁଏ ଧନ୍ଯ-ଧନ୍ଯ। (୩)
ବୃକ୍ଷ ରୋପଣ କରି ଧର୍ମ ଅରଜିବ,
ସବୁ ଦିନ ପାଇଁ ତୁମ କଥା ରହିଥିବ।(୪)
ବୃକ୍ଷ ଛେଦନକରି କରନାହିଁ ନର୍କଗାମୀ ପାପ,
ପାପକରି ଭୋଗ ନାହିଁ ଜୀବନେ ଅଭିଶାପ।(୫)
ଅାମ ପରିବେଶ ଆମ ସୁସ୍ଥ ଜୀବନ,
ଲଗାଇବା ବୃକ୍ଷ ସାଇତିବା ଆମ ଅମୂଲ୍ୟଧନ।(୬)
ଏଣୁ  ବୃକ୍ଷ ମୋର ଉତ୍ତମ ବନ୍ଧୁଟି ଜାଣ,
ଶିଖିବା ତା'ଠାରୁ ପରୋପକାରୀ ଗୁଣ।(୭)
ଖରା ବର୍ଷା ଶୀତ ସହି କାଟେ ସେ ଜୀବନ,
ବୃକ୍ଷ ମୋର ବନ୍ଧୁ ଚିରସହଚର ସେହି ମୋ ଜୀବନ।(୮)

**********************************
ନାମ-ଅମୃତାଂଶୁ  ଦ୍ୱିବେଦୀ (ଛାତ୍ର)
ଗ୍ରାମ-ତଳକୁସୁମା , ପୋଷ୍ଟ-କଳାବୁଦା
ଜିଲ୍ଲା- କେନ୍ଦ୍ରାପଡ଼ା
ମୋ-8480833450

                
   

No comments: