ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ପପୁ ପରିଡ଼ା , ଗଞ୍ଜାମ

  :: ବୃକ୍ଷ ମୋର ବନ୍ଧୁ ::
ଗଛଟିଏ ମୁଁ କିଛି ନାହିଁ ମୋର
ସବୁଜ ପତ୍ରଭରା ଏ ଶରିର ,
ତୋତେ ବଳଶାଳୀ କରିବାପାଇଁରେ
ସହିଛି କେତେ ଖରା ବର୍ଷା ଆଉ କାକର ।
ଦେଇଥିଲି ତୋତେ ଫୁଲ ଫଳମୂଳ
ହେବା ପାଇଁ ହୃଷ୍ଟପୃଷ୍ଠ ,
ମୋର ଶତୃ ସାଜି ମୋ ହାତ ଗୋଡ କାଟି
କରିଦେଲୁ ମୋତେ ନଷ୍ଟ।
ସାଇତିଥିଲି ମୁ କେତେ ଅମ୍ଳଜାନ
ତୋରି ବଞ୍ଚୀବା ପାଇଁ,
କାଟୁଛୁ ମୋତେ ତୁ ଟଙ୍କାଟିକେ ପାଇଁ
ମୋ ପ୍ରତି ଦୟଭାବ ତୋର ନାହିଁ।
ସ୍ଥିର ରଖେ ମୁଁ ଜଳବାୟୁ ଆଉ
ପାଉ ତୁ ମୋ ଲାଗି ଜଳ,
ଏମିତି ଭାବରେ କଟିଲେ ମୋତେ ତୁ
ପାଉବୁ ଭୟଙ୍କର ଫଳ।
ସମୟ ଅଛିରେ ସୁଧୀରି ଯାଅରେ
ହାଇରେ ଅଭାଗା ମଣିଷ ,
ଅବହେଳା କଲେ ନିହାତି ଦିନେ
ଉଡିଯିବ ତୋର ଗର୍ବ ଅହଂକାରଭରା ହସ ।

ପପୁ ପରିଡ଼ା
ରାଳବ
ଗଞ୍ଜାମ

No comments: