ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଅଶୋକ କୁମାର ପତି , ଢେଙ୍କାନାଳ

:: ବୃକ୍ଷ ମୋର ବନ୍ଧୁ ::
ପାଦପ ସକଳ ଜୀବତତ୍ତ୍ଵ ମୂଳ
ଜଳଭାବ ଶସ୍ୟ ଗୀତି
ବନ ଭୂମୀ ଗୀତି ଆର୍ଥିକ ପ୍ରଗତି
ଜୀବ ର ଆଦରପ୍ରୀତି ।୧।
ମୂଲ୍ୟବାନ ବସ୍ତୁ ଔଷଧ ଓ ପଶୁ
ସଂପଦ ପାଇଁ ମହାନ
ବନଭୂମୀ ପ୍ରୀତି ଜନମାଏ ଘନ
ଗୁଳ୍ମ ସଂଭାର ରେ ଧନ୍ୟ | ୨ା
ବର୍ଷସାରା ଜଳ ମୃତ୍ତିକା ବରଣ
ନଦ ନଦୀ ପ୍ରୀତିଧ୍ଯାୟୀ
ସଲିଳ ଜୀବନ ପ୍ରାଣୀ ପ୍ରୀତିକୂଳ
ଆଗମନୀ ଗୀତି ଗାଇ ।୩ା
ବନାଞ୍ଚଳନା ଶ ଜୀ ବ ପାଇଁ ବିଷ
କଳକାରଖାନା ପାଇଁ
ଅମୂଲ୍ୟ ସଂପଦ6ହଲା ନଷ୍ଟଭ୍ରଷ୍ଟ
ଦେଶ ଅବକ୍ଷୟ ହୋଇ ।୫ା
ସଭ୍ୟତା ପ୍ରଥମ ଆଲୋକ କିରଣ
ଅନୁଦିନ ବନ ଭୂମୀ
ବିକାଶ ସଂସ୍କୃତି ଦାନ ପରି ପୃଷ୍ଟି
ଜ୍ଞାନ ଧାରା ଆଦ୍ୟ ଭୂମୀ ।୬ା
ସଭ୍ୟତା ବିକାଶ ବନ ଭୂମୀ ଧ୍ବଂସ
ଜାତି ପାଇଁ ଅଭିଶାପ
ଜନସଂଖ୍ୟା ବୃଦ୍ଧି ପୋଡୁ ଚାଷ ବିଧି
କଳକାରଖାନା ଧୂପ ।୭ା
ବନର ବିକାଶଶିଳ୍ପର ସମୃଦ୍ଧ
ପରିବେଶ ଅମୀୟ ରେ
ଧର୍ମ ଅରଜନବନୀକରଣରୁ
ଅପ୍ରେମୟ ଭାବଗୀରେ ।୮ା
ଜାତୀୟ କର୍ତ୍ତବ୍ୟ ଭାବନାଟି ଆଗ
ସ୍ଵୀୟ ସାମୁହିକ ପ୍ରୀତି
ଜନମ ଦିନରେ ଶପଥ ଭାବନା
ବୃକ୍ଷ ପ୍ରିତି ମନେ ଚିତି ।୯ା
ମନୁଷ୍ୟ ଜୀବନ ବାୟୁ ପରାଦାନ
ଭୋଗିଲା ସଂକଟ ଲାଗି
ବୃକ୍ଷରୋପଣ ରେ ମନ ଲଗା ଇଲେ
ମିଳିବ ପୂର୍ବ ସୁହାଗି ।୧୦ା
ଜଳବାୟୁ ସର୍ବ କଳୁଷିତ ବେଗ
ଜୀବନ ଜିବିକା ନାଶ
ରୋଗ ବଇରାଗ ବ୍ଯଗ୍ରତାରଭାବ
ପରିବେଶ ରକ୍ଷା ଆସ।୧୧ା
ଅହଂଭାବ ଛାଡ଼ିଜନସଚେତନ
ବୃଷ୍ଟି ମୃତ୍ତିକା ରକ୍ଷଣ
ମାନବ ସଭ୍ୟତା ଧ୍ବଂସ ମୁଖରିତ
ରଖହେରମାର ମଣ।୧୨ା
ସଚେତନ ବାର୍ତ୍ତା ସର୍ବଜନକର୍ତ୍ତା
ମାନବ ପ୍ରୀତିରେ ବାଇ
ସର୍ବେ ଏକ ମୁଖେ ବୃକ୍ଷରୋପଣକୁ
ଗୁଂଜରିତ ଶବ୍ଦ ଗାଇ ।୧୩ା
ବୃକ୍ଷ ପରା ଅଟେ ମାନବର ବଂଧୁ
ସକଳେମନ ଟି ଦିଅ
ବୃକ୍ଷରୋପଣ ରେ ଅମୀୟ ଭାବକୁ
ହୃଦୟ ରେ ଲିପି ମୟ ।୧୪।
.......... ଜୟ ଜଗନ୍ନାଥ......

ଅଶୋକ କୁମାର ପତି
ସାଂବାଦିକତାରେ ସ୍ନାତକୋତ୍ତର
ଖଂକି ରା
ଗଁଦିଆ
ଢେଙ୍କାନାଳ -୭୫୯୦୧୬
ମୋ-୬୩୭୦୬୯୫୯୨୧

No comments: