' ବୃକ୍ଷ ମୋର ବନ୍ଧୁ '
_________________________
ସବୁଜ ସୁନ୍ଦର ବୃକ୍ଷ ଜଗତର
ଈଶ୍ୱରଙ୍କ ଶ୍ରେଷ୍ଠ ସୃଷ୍ଟି
ବୃକ୍ଷ ପାଇଁ ମିଳେ ଖାଦ୍ଯ ଏ ଭୂତଳେ
ତା'ପାଇଁ ହୁଅଇ ବୃଷ୍ଟି ।
ବୃକ୍ଷ ଦିଏ ଫଳ ଆମ୍ବ ସେଓ ତାଳ
କ୍ଷୁଧା କରିଥାଏ ଦୂର
ତା'ର କୃପା ବିନା ପ୍ରାଣୀକୁଳ ସିନା
ଭୋକରେ ହେବେ ଆତୁର ।
ନାନା ଫୁଲେ ଶୋଭା ମହୀରୁହ ଆଭା
ମନେ ଭରିଦିଏ ତୃପ୍ତି
ସୁନ୍ଦର ସୁମନ କରିଣ ଅର୍ପଣ
ପୂଜୁ ଦେବେ କରି ଭକ୍ତି ।
ପାଦପ ପତର କେତେ ଉପକାର
କରିଥାଏ ନିରନ୍ତର
ଶାଗ ରୂପେ ଖାଉ ଔଷଧେ ଲଗାଉ
ଶରୀର ରଖେ ସୁନ୍ଦର ।
କାଠ ବି ତାହାର ଜୀବନ ଆମର
କରେ ସହଜ ସୁନ୍ଦର
କେତେ ଯେ ଜିନିଷ ତିଆରି ମଣିଷ
ସଜାଉଛି ତା'ର ଘର ।
ବୃକ୍ଷ ଯେ ମହାନ ଦେଇ ଅମ୍ଳଜାନ
ରଖେ ପ୍ରାଣୀର ଜୀବନ
ତା'ର ଉପକାର ରଖିଣ ମନର
ସୃଷ୍ଟି କର ଭାଇ ବନ ।
ବୃକ୍ଷ ମୋର ଭାଇ ବୃକ୍ଷ ମୋର ବନ୍ଧୁ
ବୃକ୍ଷ ମୋ' ଜୀବନ ଧନ
ତାହାରି କୃପାରେ ଏ ମହୀ ପୃଷ୍ଠରେ
ରହିଥାଉ ସଦା ପ୍ରାଣ ।
======☆======
ଶିବ ପ୍ରସାଦ ହାତୀ
ବିଜାଢୋଲ,ବରଗଡ଼
ବୃକ୍ଷ ମୋର ବନ୍ଧୁ - ଶିବ ପ୍ରସାଦ ହାତୀ , ବରଗଡ଼

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment