:: ବୃକ୍ଷ ମୋର ବନ୍ଧୁ ::
ବୃକ୍ଷ ମୋର ବନ୍ଧୁ ସତେ କୃପାସିନ୍ଧୁ
ସଦା ବିପଦ ତାରଣ,
ମୋ' ସାରା ଜୀବନ ସୁଖେ ଦୁଃଖେ ସାଥି
ଶୁଣ ବନ୍ଧୁ ତା' କାରଣ ।
ବୃକ୍ଷ ଦେଇଥାଏ ଫଳ-ଫୁଲ ଭାଇ
ଦେଇଥାଏ ପୁଣି ଜାଳ,
ପଥ'ର ପଥିକ ହୋଇଣ ହତାଶ
ରାହା ଖୋଜେ ବୃକ୍ଷ ତଳ ।
ବୃକ୍ଷ ଦେଇଥାଏ ରୋଗୀମାନଙ୍କର
କେତେ ଔଷଧ ସେବନ,
କେତେ ଦରକାରୀ ସରଞ୍ଜାମ ସାଥେ
ଦେଇଥାଏ ବାସସ୍ଥାନ ।
ପରିବେଶ'କୁ ସେ କରଇ ନିର୍ମଳ
ଦିଏ ପୁଣି ଅମ୍ଳଜାନ,
ଖରା - ବରଷା'ର ସାଥି ଏହି ବୃକ୍ଷ
ସୀମା ନାହିଁ ତା'ର ଗୁଣ ।
ଏନ୍ତୁଡ଼ିଶାଳ'ରେ ଦେଇଥିଲା ତେଜ
ଶ୍ମଶାନେ ଦେବ ଅନଳ,
ଏମନ୍ତ ବନ୍ଧୁ ମୋ' ନିଜେ ଦଗ୍ଧିଭୂତେ
ମୋତେ ରଖଇ ନିର୍ମଳ ।
ଆସ ଆସ ଭାଇ - ଭଉଣୀ ସଭିଁଏ
ଲଗାଇବା ଆମେ ଗଛ,
ସବୁଜ ସୁନ୍ଦର କରିଦେବା ବନ୍ଧୁ
ଆମ ଘର ଆଗ-ପଛ ।
ପ୍ରାଣୀ ଓ ଉଦ୍ଭିଦ ସମାଜ ଜୀବନ
ଗଛ-କଟା ମନୁ ପୋଛ,
ଧର୍ମ ଯଦି ଆମେ କରିବା ଅର୍ଜନ
ଆସ ଲଗେଇବା ଗଛ ।
ଶମ୍ଭୁନାଥ ଦାସ (ମୁଖ୍ୟ ସମ୍ପାଦକ : ଅଭିଯାନ)
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା
No comments:
Post a Comment