ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ସୁସ୍ମିତା ସାହୁ , ବରଗଡ଼


---- ବୃକ୍ଷ ମୋର ବନ୍ଧୁ ------

ଧନ୍ୟ ରେ ମଣିଷ ତୁହିଁ...
ଖାଦ୍ୟ,ବସ୍ତ୍ର ଠାରୁ ବାସଗୃହ ଯାଏ
ସବୁ ତ ଅଛଇ ଦେଇ,
ନିଶ୍ଵାସ ପ୍ରଶ୍ବାସ ମୋ ଯୋଗୁଁ ଵୋଲି ତ
ଵନ୍ଚି ରହିଅଛୁ ତୁହିଁ ।।

ବାଟୋଇ ର ଅଟେ ଆଶ୍ରୟ ମୁହିଁ ଯେ
ଦେଇଥାଏ ତାକୁ ଛାଇ
ଜୀବନ ଟା ମୋର ବିତିଯାଏ ସତେ
ପର ଉପକାର କରି ।।

ଏହାରି ବଦଳେ କାହାକୁ ମୁଁ ତ
କେବେ କିଛି ମାଗି ନାହିଁ
ଦୟାଶୂନ୍ଯ ହୋଇ  ସ୍ୱାର୍ଥପର କେତେ
ସଦା ଉପାୟ ପାଞ୍ଚଇ
କଳଖାରଖାନା ପାଇଁ ।।

‌ମୋ ପରି ବନ୍ଧୁ ପାଇବୁ ନାହିଁ
ମୋହର ଵିନାଶେ ତୋହର ବିନାଶ
କେହି ତ ରହିବା ନାହିଁ‌
ହାଏରେ ମଣିଷ ଭାଇ...

ଜନମ କାଳରୁ ଏନ୍ତୁଡି ଶାଳ ଯାଏ
ସବୁ ତ ଦେଇଛି ଯୋଗାଇ
କାହିଁକି ନିଷ୍ଠୁର ହୋଇ
ମତେ ଅବା ହାଣି ଦେଇ
କି ଲାଭ ପାଉଛୁ ତୁହିଁ..

ନକର ନକର କହେ ବାରମ୍ବାର
ଵିନୟେ କରେ ଗୁହାରି
ତୋର ହିତେ ମୁଁ ଯେ ରହିଥିବି ସଦା
ବନ୍ଧୁ ଟିଏ ପରି ହୋଇ  ।।🙏🙏🙏

ସୁସ୍ମିତା ସାହୁ
ତାଳଶ୍ରିଗିଡା, ବରଗଡ଼
ଦୁରଭାଷ-୮୪୮୦୧୮୩୩୪୬

No comments: