:: ବୃକ୍ଷ ମୋର ବନ୍ଧୁ ::
ବନ୍ଧୁ ତ ବନ୍ଧୁ ଏମିତି ବନ୍ଧୁ
ତାପରି କେହି ନାହିଁ ରେ
ସୁଖ ଦୁଃଖ ରେ ଭଲ ମନ୍ଦରେ
ମୋ ପାଶେ ସଦା ଥାଏ ରେ।
ଯେତେ ବେଳେ ଯା ଖୋଜେ ରେ ମୁହିଁ
ମାଗିଲେ ଦିଏ କୁଣ୍ଠିତ ନୋହି
ନିର୍ମଳ ତାର ମନ
ଏମିତି ବନ୍ଧୁ ପାଇ ଜୀବନେ
ସାର୍ଥକ ମୋ ଜନମ।
ଦୁନିଆଁ ସାରା ଯୁଆଡେ ଯାଏ
ତାହାକୁ ଦେଖେ ତାହାକୁ ପାଏ
ସବୁଠି ତାର ବାସ
କଷଣ ସହି ସବୁରି ମୁହେଁ
ଫୁଟାଇ ଥାଏ ହସ ।
ଖାଇବା ପାଇଁ ଯୋଗାଏ ଖାଦ୍ୟ
ପିଇବା ପାଇଁ ପାଣି
ପୋଷାକ ପରା ଯୋଗାଇ ଥାଏ
ସବୁରି ମନ ଜାଣି।
ତା ପାଇଁ ପରା ବରଷା ହୁଏ
ମୃତ୍ତିକା କ୍ଷୟ ସେ ଅଟକାଏ
ବାୟୁ ମଣ୍ଡଳ ଶୁଦ୍ଧ
ଦୂଷିତ ବାୟୁ କରି ଗ୍ରହଣ
ଆମକୁ ଦିଏ ଶୁଦ୍ଧ।
ମୋର ବନ୍ଧୁ ତୁମର ବନ୍ଧୁ
ବନ୍ଧୁ ସେ ସଭିଙ୍କର
ଜନମ ଠାରୁ ମରଣ ଯାଏଁ
କରଇ ଉପକାର।
ଆସ ହେ ବନ୍ଧୁ ଏକାଠି ହେବା
ସେହି ବନ୍ଧୁ ର ଯତନ ନେବା
କରିବା ନାହିଁ ହେଳା
ହେଳା କରିଲେ ଅକାଳ ରେ ଯେ
ବୁଡିବ ଆମ ଭେଳା।
ଖରା ବରଷା କାକର ସହି
ଆମ ସେବାରେ ଲାଗିଛି ସେହି
ବୃକ୍ଷ ଟି ମୋର ବନ୍ଧୁ
ସେହି ବନ୍ଧୁ ର ଯତନ ନେଇ
ତରିବି ଭବ ସିନ୍ଧୁ,
ବୃକ୍ଷ ମୋର ବନ୍ଧୁ
ବୃକ୍ଷ ମୋର ବନ୍ଧୁ।
ବିଜୟ କୁମାର ସ୍ୱାଇଁ
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶଙ୍କର ପୁର କଟକ
ଫୋନ୍_୯୧୭୮୮୭୧୨୩୮






No comments:
Post a Comment